fbpx
BJD SKY
BJD SKY

ବିଶ୍ୱକପର ସେମି ଲଢ଼େଇ ରୋମାଞ୍ଚକର ହେବ: ୩ୟ ଓ ୪ର୍ଥ ସ୍ଥାନ ପାଇଁ ୮ଟି ଟିମ୍ ମଧ୍ୟରେ ହେବ କଡ଼ା ଟକ୍କର

BJD

ନୂଆଦିଲ୍ଲୀ: ଭାରତ ତତ୍ତ୍ୱାବଧାନରେ ଆୟୋଜିତ ହେଉଥିବା ଦିନିକିଆ ବିଶ୍ୱକପରେ ବର୍ତ୍ତମାନ ସୁଦ୍ଧା ଦୁଇତୃତୀୟାଂଶ ଅର୍ଥାତ ୩୦ଟି ମ୍ୟାଚ ଖେଳାଯାଇଛି । ଫାଇନାଲ ଓ ସେମିଫାଇନାଲକୁ ଛାଡ଼ିଦେଲେ ଆଉ ୧୫ଟି ମ୍ୟାଚ ଖେଳାଯିବ । ସେମିଫାଇନାଲ ଖେଳିବାକୁ ୪ଟି ଟିମ ଯୋଗ୍ୟତା ଅର୍ଜନ କରିବେ । ତେବେ ଭାରତ ୧୨ ପଏଣ୍ଟ ଓ ଦକ୍ଷିଣ ଆଫ୍ରିକା ୧୦ ପଏଣ୍ଟ ପାଇ ନିଜ ନିଜର ସେମି ସ୍ଥାନ ଏକପ୍ରକାର ସୁରକ୍ଷିତ କରି ସାରିଛନ୍ତି ।

ଅନ୍ୟପକ୍ଷରେ ବାଂଲାଦେଶ ଓ ଇଂଲଣ୍ଡ ଗୋଟିଏ ଲେଖାଏଁ ମ୍ୟାଚ ଜିତି ୨ ପଏଣ୍ଟ ଲେଖାଏଁ ପାଇଥିବା ବେଳେ ସେମାନେ ଅବିଶିଷ୍ଟ ୩ଟି ମ୍ୟାଚରେ ଜିତିଲେ ବି ସେମିରେ ପହଞ୍ଚିବା କଷ୍ଟକର ହୋଇପଡ଼ିବ । କାରଣ ଯଦି ଏହି ଦୁଇ ଦଳ ବାକିଥିବା ସମସ୍ତ ମ୍ୟାଚ ଜିତନ୍ତି ତେବେ ସେମାନଙ୍କର ମୋଟ ପଏଣ୍ଟ ୮ରେ ପହଞ୍ଚିବ । ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ୮ ପଏଣ୍ଟ ଲେଖାଏଁ ପାଇଥିବା ବେଳେ ଆଫଗାନିସ୍ତାନ ୬, ଶ୍ରୀଲଙ୍କା, ପାକିସ୍ତାନ ଓ ନେଦରଲାଣ୍ଡସ ୪ ପଏଣ୍ଟ ଲେଖାଏଁ ପାଇଛନ୍ତି ।

ଏପରି ସ୍ଥିତିରେ ସେମିରେ ପହଞ୍ଚିବାକୁ ହେଲେ କିଛି ଦଳକୁ ଅନ୍ୟ ଟିମର ବିଜୟ ଉପରେ ନିର୍ଭର କରିବାକୁ ପଡ଼ିବ । ତୃତୀୟ ଓ ଚତୁର୍ଥ ସ୍ଥାନ ହାସଲ କରିବା ପାଇଁ ୮ଟି ଟିମର ଭାଗ୍ୟ ଏବେ ଝୁଲି ରହିଛି । ଚଳିତ ବିଶ୍ୱକପରେ ୫ଟି ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଛୋଟ ଟିମମାନେ ନିଜର କରାମତି ଦେଖାଇଛନ୍ତି । ତେଣୁ କେଉଁ ଦଳ କାହାକୁ ହରାଇବ ତାହା ଆକଳନ କରିବା ନିଶ୍ଚିତ ଭାବେ କଷ୍ଟକର । ଇଂଲଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କା ପରି ପୂର୍ବ ବିଶ୍ୱ ଚାମ୍ପିୟନ ଟିମକୁ ହରାଇ ନିଜର ଦମ୍ ଦେଖାଇଛି ଆଫଗାନିସ୍ତାନୀ ଭଳି ଏକ ଛୋଟ ଦଳ । ସେହିପରି ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶକୁ ହରାଇଛି ନେଦରଲାଣ୍ଡସ ।

world cup 2023 points table 30-10

Get real time updates directly on you device, subscribe now.