fbpx

କେଉଁ ପରିସ୍ଥିତିରେ ଇପିଏଫରୁ ଉଠାଇପାରିବେ ଟଙ୍କା : ଜାଣନ୍ତୁ ଏହାର ନିୟମାବଳୀ

ନୂଆଦିଲ୍ଲୀ : କର୍ମଚାରୀଙ୍କ ଇପିଏଫ୍ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସଞ୍ଚୟ ଯୋଜନା । ଏଥିରେ ମର୍ନଚାରୀ ଏବଂ ନିୟୁକ୍ତିଦାତା ସମାନ ଅର୍ଥରେ ଯୋଗଦାନ କରିଥାନ୍ତି । ଏହି ଅର୍ଥକୁ କର୍ମଚାରୀଙ୍କ ଅବସରପରେ ପ୍ରଦାନ କରାଯାଇଥ।।ଏ । ଏହା କର୍ମଚାରୀଙ୍କୁ ଆର୍ଥୀକ ସହାୟତା ପ୍ରଦାନ କରେ । ମର୍ନଚାରୀଙ୍କ ଦରମାରୁ ଯେଉଁ ଇପିଏଫ୍ ଟଙ୍କା କଟେ ତାହା ପ୍ରତିମାସରେ ଆପଣଙ୍କର ଇପିଏଫ ଆକାଉଣ୍ଟରେ ଜମା ହୋଇଥାଏ ।

ଇପିଏଫ ନିୟମ ଅନୁଯାୟୀ, ଯେତେ ପର୍ଯ୍ୟନ୍ତ ଆପଣ ଚାକିରୀ କରୁଛନ୍ତି ଏବଂ ବେକାର ହୋଇନାହାନ୍ତି , ସେତେ ପର୍ଯ୍ୟନ୍ତ ଆପଣ ଇପିଏଫ ଆକାଉଣ୍ଟରୁ ସମ୍ପୂର୍ଣ୍ଣ ଟଙ୍କା କିମ୍ବା ଆଂଶିକ ଭାବେ ଅର୍ଥ ଉଠାଇପାରିବେ ନାହିଁ । କିନ୍ତୁ ଅତି ଜରୁରୀ ପରିସ୍ଥିତିରେ ଆପଣ ଇପିଏଫ୍ ଆକାଉଣ୍ଟରୁ ଆଗୁଆ ଅର୍ଥ ଉଠାଇ ପାରିବେ । ଏନେଇ କିଛି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଲାଗୁ ହୋଇଛି ।

୧. ବେକାର ରହିଥିଲେ : ଚାକିରି ଛାଡିବା ପରେ ଇପିଏଫ୍‌ରୁ ଟଙ୍କା ପ୍ରତ୍ୟାହାର କରିବାର ସୁବିଧା ରହିଛି । ଯଦି କୌଣସି କାରଣରୁ ଆପଣଙ୍କ କମ୍ପାନୀ ୧୫ ଦିନରୁ ଅଧିକ ସମୟ ପାଇଁ ବନ୍ଦ ରୁହେ କିମ୍ବା ଆପଣ ଦୁା ମାସରୁ ଅଧିକ ସମୟ କାମ କରିବାକୁ ଯାଇ ନାହାନ୍ତି ଅଥବା ବେକାର ଅଛନ୍ତି, ତେବେ ଆପଣ ପିଏରେ ଜମା ହୋଇଥରବା ସମସ୍ତ ଟଙ୍କାକୁ ପ୍ରତ୍ୟାହାର କରିପାରିବେ ।

୨. ପାଠପଢା : ଜଣେ କର୍ମଚାରୀ ନିଜର କିମ୍ବା ପିଲାମାନଙ୍କ ପାଠପଢା ପାଇଁ ଇପିଏଫରୁ ଅଗ୍ରୀମ ଟଙ୍କା ଉଠାଇ ପାରିବେ । ଏହିସୁଯୋଗ ପାଇଁ ଆପଣ ୭ବର୍ଷ ପର୍ଯ୍ୟନ୍ତ ଚାକିରି କରିଥରବା ଆବଶ୍ୟକ । ଏଥିରେ, ଆପଣ ଆପଣଙ୍କ ଅବେଦନର ୫୦ % ରୁ ଅଧିକ ଟଙ୍କା ଉଠାଇପାରିବେ ।

୩. ଆପତକାଳୀନ ପରିସ୍ଥିତି : ଯଦି କର୍ମଚାରୀ କିମ୍ବା ପରିବାରର କୌଣସି ସଦସ୍ୟ ଆପାତକାଳୀନ ପରିସ୍ଥିତିରେ ଅଛନ୍ତି, ତେବେ ଇପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଅନୁମତି ମିଳିବ । ପରିବାରର କୌଣସି ସଦସ୍ୟ ହୁଅନ୍ତୁ କିମ୍ବା ନିଜେ କର୍ମଚାରୀ ହୁଅନ୍ତୁ କୌଣସି ରୋଗରେ ପୀଡିତ ହୋଇ ଏକ ମାସରୁ ଅଧିକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ କିମ୍ବା ଅସ୍ତ୍ରୋପଚାର କରିବାକୁ ପଡିଲେ ଆପଣ ଇପିଏଫରୁ ଅଗ୍ରୀମ ଭାବେ ୬ ମାସର ଦରମା ବାବଦରେ ଟଙ୍କା ଉଠାଇପାରିବେ ।

୪. ବିବାହ : ପରିବାରର କୌଣସି ସଦସ୍ୟ କିମ୍ବା ନିଜେ ବାହାଘର ହେବାକୁ ଥିଲେ ମଧ୍ୟ ଜଣେ କର୍ମଚାରୀ ପିଏଫରୁ ଟଙ୍କା ଉଠାଇବାକୁ ସକ୍ଷମ ହେବେ । କିନ୍ତୁ ଟଙ୍କା ଉଠାଇବାକୁ ନେଇ କିଛି ସର୍ତ୍ତ ରହିଛି । ଆପଣ ନିଶ୍ଚିତ ଭାବରେ ଚାକିରିରେ ୭ ବର୍ଷ ପୂରଣ କରିଥିବେ । ତେବେ ଯାଇ ଆପଣ ଇପିଏଫ ଯୋଗଦାନର ୫୦ ପ୍ରତିଶତ ପର୍ଯ୍ୟନ୍ତ ପିଏଫରୁ ଟଙ୍କା ଉଠାଇପାରିବେ ।

Get real time updates directly on you device, subscribe now.