fbpx

ଡାର୍କ ୱେବରେ ୮୧.୫ କୋଟି ଭାରତୀୟଙ୍କ ଆଧାର ଓ ପାସପୋର୍ଟ ସମ୍ବନ୍ଧୀୟ ଡାଟା ଲିକ୍: ରିପୋର୍ଟ

ନୂଆଦିଲ୍ଲୀ: ଅନ୍ଧାର ୱେବରେ ଆଧାର ଲିକ୍ ହେବାର ବଡ଼ ମାମଲା ସାମ୍ନାକୁ ଆସିଛି । ବିଜନେସ୍ ଷ୍ଟାଣ୍ଡାର୍ଡର ରିପୋର୍ଟ ଅନୁଯାୟୀ, ଆମେରିକୀୟ କମ୍ପାନୀ ରିସେକ୍ୟୁରିଟି ଦାବି କରିଛି ଯେ ୮୧.୫ କୋଟି ଭାରତୀୟଙ୍କ ଆଧାର ଏବଂ ପାସପୋର୍ଟ ସମ୍ବନ୍ଧୀୟ ଡାଟା ଡାର୍କ ୱେବରେ ଲିକ୍ ହୋଇଛି ।

ରିପୋର୍ଟରେ କୁହାଯାଇଛି ଯେ ଅନଲାଇନରେ ନାମ, ଫୋନ୍ ନମ୍ବର, ଠିକଣା, ଆଧାର ଏବଂ ପାସପୋର୍ଟ ସହ ଜଡିତ ସୂଚନା ବିକ୍ରି କରିବାକୁ ଚେଷ୍ଟା କରାଯାଇଛି ।

ଆମେରିକୀୟ ଫର୍ମ ଏହାର ପୋଷ୍ଟରେ ଲେଖିଛି ଯେ, ଅକ୍ଟୋବର ୯ ରେ ଜଣେ ବ୍ୟକ୍ତି ‘pwn0001’ ବ୍ରିଚ ଫୋରମରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ୮୧.୫ କୋଟି ଭାରତୀୟଙ୍କ ଆଧାର ଓ ପାସପୋର୍ଟ ଜଡ଼ିତ ରେକର୍ଡ ଡାଟାର ସୂଚନା ଦେଇଥିଲେ ଓ ବିକ୍ରି କରିବାକୁ ପ୍ରୟାସ କରିଥିଲେ । ରିସେକ୍ୟୁରିଟିର ରିପୋର୍ଟ ଅନୁଯାୟୀ, ବ୍ୟକ୍ତି ଜଣକ ଆଧାର ଏବଂ ପାସପୋର୍ଟ ସମ୍ବନ୍ଧୀୟ ଡାଟାକୁ ୮୦ ହଜାର ଡଲାରରେ ବିକ୍ରି କରିବାକୁ ପ୍ରସ୍ତାବ ଦେଇଥିଲେ ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ହୋଇଥିବା ଡାଟା ଲିକ୍ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର)ରୁ ହୋଇପାରେ । ବିଜନେସ୍ ଷ୍ଟାଣ୍ଡାର୍ଡ ରିପୋର୍ଟ କରିଛି ଯେ ଆଇସିଏମଆର ଏପର୍ଯ୍ୟନ୍ତ କୌଣସି ଉତ୍ତର ଦେଇନାହିଁ । ରିପୋର୍ଟରେ କୁହାଯାଇଛି ଯେ କ୍ଟ୍ରଙ୍ଗଦ୍ଭ୦୦୦୧ ଦ୍ୱାରା ଆବିଷ୍କୃତ ହୋଇଥିବା ଏହି ତଥ୍ୟ ଲିକକୁ ସିବିଆଇ ଯାଞ୍ଚ କରୁଛି ।

Get real time updates directly on you device, subscribe now.