ଶିକାରୀ ପାଲଟିଗଲା ଶିକାର, ବଗ ପେଟ ଚିରି ବାହାରକୁ ବାହାରି ଆସିଲା ମାଛ

ଭାଇରାଲ ହେବାରେ ଲାଗିଛି ଏହି ଫଟୋ

ଓଡିଶା ଭାସ୍କର: ବଗ ପେଟ ଚିରି ବାହାରି ଆସିଲା ମାଛ। ଆଜ୍ଞା ହଁ, ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ପୃଥିବୀରେ ଅନେକ ଜୀବ ଅଛନ୍ତି ଯାହାଙ୍କର ଅନ୍ୟ ଜୀବଜନ୍ତୁଙ୍କ ସହ ବହୁତ ଗଭୀର ସମ୍ପର୍କ ରହିଛି। ନହେଲେ ସେମାନଙ୍କ ବିନା ପରିବେଶରେ ଇକୋସିଷ୍ଟମ ଚଳାଇବା କଷ୍ଟକର।

ପ୍ରତ୍ୟକ ଜୀବଜନ୍ତୁ ଅନ୍ୟ ଜୀବଜନ୍ତୁଙ୍କର ଖାଦ୍ୟ ହୋଇଥାନ୍ତି। ଯେପରିକି ସାପ ମୂଷାକୁ ଖାଉଥିବାବେଳେ ସାପକୁ ଖାଇଥାଏ ଇଗଲ। କେତେକ ସମୟରେ ଶିକାରୀ ମଧ୍ୟ ଶିକାର ପାଲଟିଯାଏ।

ସେହିପରି ଏକ ଫଟୋ ବେଶ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, ଗୋଟିଏ ବଗ ମାଛକୁ ଶିକାର କରିସାରିବା ପରେ ଶହ ଶହ ଫୁଟ ଉଚ୍ଚତାରେ ଉଡୁଥିଲା।

କିନ୍ତୁ ତା ପରେ ଯାହା ହେଲା ତାକୁ ଜାଣିଲା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ସହ ସହ ଫୁଟ ଉଚ୍ଚତାରେ ଉଡିବା ସମୟରେ ବଗ ଖାଇଥିବା ମାଛଟି ତାର ପେଟ ଚିରି ବାହାରକୁ ପଳେଇ ଆସିଲା। ଯାହାକୁ ଜଣେ ଫଟୋଗ୍ରାଫର ତାଙ୍କ କ୍ୟାମେରାରେ କଏଦ କରିଥିଲେ ଆଉ ସେହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ଯାହାକୁ ଦେଖି ଲୋକେ ଫଟୋଗ୍ରାଫରକୁ ପ୍ରଶଂସା କରିବା ସହିତ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ ଦେଇଛନ୍ତି। ଆଉ ଏହାର ଭ୍ୟୁ ଏପର୍ଯ୍ୟନ୍ତ 35 ନିୟୁତରୁ ଅଧିକ ଯାଇଛି।