fbpx

କୁଳ ଲଙ୍ଘିଲା ପାଇକ ନଦୀ: ୫୦ ଫୁଟ ଘାଇ କରି ଗାଁ ଭିତରେ ପଶିଲା ବନ୍ୟା ପାଣି

ପାରାଦୀପ: ରାଜ୍ୟର ବିଭିନ୍ନ ନଦୀ ଏବେ ବନ୍ଧ ଭାଙ୍ଗିବା ପାଇଁ ଉଚ୍ଛନ ହେଉଛନ୍ତି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଥିବାରୁ ଅଅନେକ ନଦୀର ଜଳସ୍ତର ଏବେ ବିପଦସଂକେତ ଉପରେ ପ୍ରବାହିତ ହେଉଛି । ତେବେ ଅନେକ ସ୍ଥାନରେ ବଡ ବଡ ଘାଇ ହୋଇ ଗାଁ ଗାଁରେ ପାଣି ପଶିଯାଇଛି । ଏହି ତାଲିକାରେ ଯୋଡି ହୋଇଛି ପାରାଦୀପର ପାଇକା ନଦୀର ନାଁ ।

ପାରାଦୀପ ପାଇକା ନଈର ପାଣି ବନ୍ଧ ଭାଙ୍ଗି କାଠକୋଟ ଗାଁ ନିକଟରେ ଏକ ବିରାଟ ଘାଇ ସୃଷ୍ଟି ହୋଇଛି । ଏହି ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ବନ୍ୟାପାଣି ନିୟନ୍ତ୍ରଣ ବାହାରକୁ ଯାଇ ୫୦ ଫୁଟର ହୋଇଛି । ଫଳରେ ନଈ ପାଣି ଏବେ ଗାଁ ଭିତରକୁ ପଶିଯାଇଥିବା ଦେଖିବାକୁ ମିଳିଛି । ବନ୍ୟାପାଣି ଗାଁରେ ପଶିବା ପରେ କାଠକୋଟ ଗ୍ରାମବାସୀଙ୍କ ସମେତ ମୋଟ ୧୨ଟି ପଞ୍ଚାୟତ ଏବେ ଜଳମଗ୍ନ ହୋଇ ରହିଛି । ଯାହା ଫଳରେ ଲୋକମାନଙ୍କ ମନରେ ଆତଙ୍କର ଛାୟା ଖେଳିଯାଇଛି ।

ସେପଟେ ବନ୍ୟା ଯୋଗୁଁ ଜଗତସିଂହପୁର ଜିଲ୍ଲାରେ ସରକାରୀ କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଛି । ଗମ୍ଭୀର ବନ୍ୟା ସ୍ଥିତି ପାଇଁ ସମସ୍ତ କର୍ମଚାରୀଙ୍କ ଛୁଟି ରଦ୍ଦ କରିଛନ୍ତି ଜିଲ୍ଲାପାଳ ପାରୁଲ ପଟୱାରୀ । ନିଜ ନିଜ ମୁଖ୍ୟାଳୟରେ ରହିବା ପାଇଁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହାବ୍ୟତୀତ ଛୁଟିରେ ଥିବା କର୍ମଚାରୀମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ରହିଛି ।

Get real time updates directly on you device, subscribe now.