fbpx
BSKY
BJD MC SKY
BJD YOUTH SKY

ଚୋରି ହୋଇଗଲା ନେତାଙ୍କ ଜୋତା, ବୁଲା କୁକୁରକୁ ଧରି ଆଣିଲା ନଗର ନିଗମ: ଦେଲେ ଏମିତି ସଜା

ବୁଲା କୁକୁର ବର୍ତ୍ତମାନ ସବୁଆଡେ ବିଭିନ୍ନ କାରଣରୁ ଭୟ ବଢାଇବାରେ ଲାଗିଛନ୍ତି । ଛୋଟ ଚୋଟ ପିଲାଙ୍କୁ କାମୁଡି ରକ୍ତାକ୍ତ କରିବା ସହ ଅନେକ ପିଲା ଏଥିରେ ପ୍ରାଣ ମଧ୍ୟ ହରାଉଛନ୍ତି । ତେବେ ବର୍ତ୍ତମାନ କୁକୁର ନାଁରେ ଆସିଛି ଚୋରି ଅଭିଯୋଗ । ଏଥିପାଇଁ ୪ଟି କୁକୁରଙ୍କୁ ଏକ କଠୋର ଦଣ୍ଡ ମଧ୍ୟ ଦିଆଯାଇଛି । ଜୋତା ଚୋରି ଅଭିଯୋଗରେ ନଗର ନିଗମ ପକ୍ଷରୁ କୁକୁରଗୁଡିକୁ ଏହି ଦଣ୍ଡ ଦିଆଯାଇଛି ।

ଏଭଳି ଘଟଣାଟି ଦେଖିବାକୁ ମିଳଇଛି ମହାରାଷ୍ଟ୍ରର ନକ୍ଷତ୍ରବାଡି ଅଞ୍ଚଳରେ । ସୂଚନା ଅନୁସାରେ, ପୂର୍ବ ମହାପୌର ନନ୍ଦକୁମାର ଘୋଡେଲେ ଘରୁ ତାଙ୍କ ଜୋତା ଚୋରି ହୋଇଥିବା ଅଭିଯୋଗ ଆଣିଥିଲେ । ଗୋଟିଏ ବୁଲା କୁକୁର ଘର ବାହାରୁ ଚପଲ ଉଠାଇ ନେଇ ଯାଇଥିବା ସେ କହିଥିଲେ । ଏହାପରେ ସ୍ଥାନୀୟ ନଗର ନିଗମ ପ୍ରଶାସନ ଆକ୍ସନରେ ଆସିଥିଲା । ନିଗମ ଅଧିକାରୀ କହିଥିଲେ ଯେ, ସୋମବାର ରାତିରେ ଘର କବାଟ ଖୋଲା ଥିଲା । ତେବେ ଏହି ସମୟରେ ଦ୍ୱାର ପାଖରୁ ତାଙ୍କ ଚପଲ ଗାଏବ ହୋଇଯାଇଥିବା ବେଳେ ସେଠାକାର ବୁଲା କୁକୁର ଏପରି କରିଥିବା ସେ କହିଥିଲେ ।

ତେବେ ଏହା ପର ଦିନ ଔରଙ୍ଗାବାଦ ନଗର ନିଗମର କୁକୁର ଧରିବା ଟିମ୍ ଡକାଇବା ସହ କୁକୁର ଧରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା । ତେବେ ଘୋଡେଲେଙ୍କ ଘର ପାଖରେ ବୁଲୁଥିବା ୪ଟି ବୁଲା କୁକୁରଙ୍କୁ ଧରି ଅଣିଥିଲେ ନଗର ନିଗମର କର୍ମଚାରୀ । ଏହାପରେ ସେମାନଙ୍କୁ ବନ୍ଧ୍ୟାକରଣ କରି ଦେଇଥିବା ନଗର ନିଗମର ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏ ନେଇ ଘୋଡେଲେଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।

Get real time updates directly on you device, subscribe now.