fbpx

ଆସନ୍ତା ୯ଯାଏଁ ଗଞ୍ଜାମ କୋର୍ଟ ବନ୍ଦ

ଗଞ୍ଜାମ, ୨୩ା୯(ଓଡ଼ିଶା ଭାସ୍କର): ଆଜିଠାରୁ ଅକ୍ଟୋବର ୯ଯାଏଁ ଗଞ୍ଜାମ ଜିଲ୍ଲା ଜଜ କୋର୍ଟ ବନ୍ଦ ରହିବ । ଭିଜିଲାନ୍ସ ଓ ଏଡ଼ିଜେ କୋର୍ଟର ଜଜ୍ ଓ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଜିଲ୍ଲା କୋର୍ଟର ଜଜ୍ ଓ ୧୫କର୍ମଚାରୀ କରୋନା ପଜିଟିଭ ଥିଲେ । ଗଞ୍ଜାମ ଓକିଲ ସଙ୍ଘର ୨୦ରୁ ଅଧିକ ସଦସ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି । ୪ଜଣ ଆଇନଜୀବୀ କରୋନାରେ ପ୍ରାଣ ହରାଇ ମଧ୍ୟ ସାରିଛନ୍ତି । ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହିପରି ପଦକ୍ଷେପ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.