(VODEO)ଝିଅକୁ ଘାରିଥିଲା ରିଲ୍ ନିଶା, ଭସାଇ ନେଲା ସମୁଦ୍ରର ପ୍ରଖର ସ୍ରୋତ
ପାହାଡ଼, ଝରଣା ଆଉ ଖୋଲା ଆକାଶ ତଳେ ରିଲ୍ସ। ବ୍ୟାକଗ୍ରାଉଣ୍ଟ ବି ବେଶ ରୋମାମ୍ଟିକ୍। ପାଣି ଭିତରେ ଝିଅ କରୁଥିଲା ରିଲ୍ସ, ଆଉ ଘଟିଲା ଏମିତି...
ନୂଆଦିଲ୍ଲୀ: ପାହାଡ଼, ଝରଣା ଆଉ ଖୋଲା ଆକାଶ ତଳେ ରିଲ୍ସ। ବ୍ୟାକଗ୍ରାଉଣ୍ଟ ବି ବେଶ ରୋମାମ୍ଟିକ୍। ରିଲ୍ସ କରିବା ପାଇଁ ଝିଅଟିର ମନ ହେଲା। ଆଉ ରିଲ୍ସ କରିବା ପାଇଁ ଝିଅଟି ପାଣି ଭିତରେ ପୋଜ୍ ଦେଲା। ଆଉ ଏହି ସମୟରେ ହଠାତ୍ ପ୍ରଖର ପାଣିର ଲହରୀ ମାଡି ଆସିଲା।
ପାଖାପାଖି ଅଣ୍ଟେ ପାଣି ହେବା ଯାଏଁ ଝିଅଟି ଜାଣି ପାରୁନଥାଏ କି କ’ଣ ହେଉଛି। ଆଉ ସେହିଭଳି ପୋଜରେ ଛିଡ଼ା ହୋଇଥାଏ। ଆଉ ଯେତେବେଳେ ପାଣିର ପ୍ରଖର ସ୍ରୋତ ଅଧିକ ବେଗ ବଢାଏ ଝିଅଟି ଭାରସାମ୍ୟ ହରାଇ ପ୍ରଖର ସ୍ରୋତରେ ଭାସରିଯାଏ। ଆଉ ତାପରେ…
ରିଲ୍ସ ନିଶା: ହଁ ଯଦି ଆପଣ ଆଜିର ସମୟକୁ ସୋସିଆଲ ମିଡିଆର ସମୟ ବୋଲି କୁହନ୍ତି, ତେବେ ଏହି ସୋସିଆଲ ମିଡିଆ ହିଁ ଅନେକ ଲୋକଙ୍କ ମୃତ୍ୟୁର କାରଣ ସାଜୁଛି। ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଲୋକ କିଛି ବି କରିବା ପାଇଁ ପ୍ରସ୍ତୁତ ହୋଇଯାଉଛନ୍ତି।
ଲାଇକ୍ ଏବଂ ଭ୍ୟୁର ଖେଳ ଏପରି ଯେ ଲୋକମାନେ ନିଜ ଜୀବନକୁ ମଧ୍ୟ ବାଜିରେ ଲଗାଇ ଦେଉଛନ୍ତି। ଠିକ୍ ସେହିପରି କୁହାଯାଏ ଯେ ଆମକୁ ନଦୀ, ଜଳପ୍ରପାତ ଏବଂ ସମୁଦ୍ରଠାରୁ ଟିକିଏ ଦୂରରେ ରହିବା ଉଚିତ।
କାରଣ ଯଦି ଆମେ ସେମାନଙ୍କ ପାଖରେ ରହି ଭୁଲ କରୁ, ତେବେ ଏହା ଆମ ଜୀବନ ମଧ୍ୟ ନେଇପାରେ। ତଥାପି, ଲୋକମାନେ ଏହାକୁ ଆଦୌ ବୁଝନ୍ତି ନାହିଁ, ବରଂ ସୌନ୍ଦର୍ଯ୍ୟପୂର୍ଣ୍ଣ ରିଲ୍ ତିଆରି କରିବା ପାଇଁ ଏହି ସ୍ଥାନଗୁଡ଼ିକରେ ଅସାବଧାନ ହୋଇଯାଆନ୍ତି।
ଭାଇରାଲ ଭିଡ଼ିଓ: ଆଉ ଏବେ ସେହିପରି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ଝିଅ ରିଲ୍ ତିଆରି କରିବା ପାଇଁ ଏପରି ସ୍ଥାନରେ ପହଞ୍ଚିଛି, ଯେଉଁଠାରେ କଥାଟି ତାଙ୍କ ଜୀବନ, ମୃତ୍ୟୁ ପାଖରେ ପହଞ୍ଚିଛି।
ଏହି ଭିଡିଓ ଦେଖିବା ପରେ ଲୋକମାନେ କହୁଛନ୍ତି ଯେ ଯଦି ମୃତ୍ୟୁ ଆସେ, ତେବେ ଅତି କମରେ ରିଲ୍ ତ ହୋଇଯାଇଥିବ। ତେବେ ସେ ଯାହା ହେଉନା କାହିଁକି ଭାଇରାଲ ଭିଡିଓ ଅନୁସାରେ, ଜଣେ ଝିଅ ସମୁଦ୍ର କୂଳରେ ଠିଆ ହୋଇ ପଥର ଉପରେ ରିଲ୍ କରୁଛନ୍ତି।
ଏହି ସମୟରେ ସେ ତାଙ୍କ ମୋବାଇଲ୍ କ୍ୟାମେରା ସାମ୍ନାରେ ପୋଜ୍ ଦେଉଛନ୍ତି। ଯାହାକୁ ଦେଖିବା ପରେ ବୁଝାପଡୁଛି ଯେ ସେ ଏକ ଟ୍ରେଣ୍ଡିଂ ଗୀତରେ ନାଚୁଛନ୍ତି କିମ୍ବା ଏକ ନାଟକୀୟ ଦୃଶ୍ୟର ସୁଟିଂ କରୁଛନ୍ତି।
ଏହି ସମୟରେ ଏକ ପ୍ରବଳ ଲହରୀ ଆସି ତାଙ୍କୁ ବ୍ୟତିବ୍ୟସ୍ତ କରି ପକାଏ। ଏବଂ ସେ ତାଙ୍କ ଭାରସାମ୍ୟ ହରାଇ ପ୍ରଖର ପାଣି ସ୍ରୋତରେ ଆଗକୁ ଭାସି ଯାଆନ୍ତି। ଯଦିଓ ଝିଅଟିକୁ ପରେ ଉଦ୍ଧାର କରାଯାଇଥିଲା କି ନାହିଁ, ଆମ ପାଖରେ କୌଣସି ସୂଚନା ନାହିଁ, କିନ୍ତୁ ଏହି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିବା ପରି ମନେ ହେଉଛି।
रील बनाने के चलते जिंदगी की रील डिलीट हो गई 🤔🤔 pic.twitter.com/Pj4m7YkL5l
— TANVIR RANGREZ (@virjust18) April 4, 2025