5ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟ

କେନ୍ଦୁଝର: ଦିନକୁ ଦିନ ଲୁଟପାଟର ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ନିକଟସ୍ଥ ଆନନ୍ଦପୁର ଥାନା ଅନ୍ତର୍ଗତ ବଞ୍ଚୋ ଛକ ଅଞ୍ଚଳରେ। ଦୁର୍ବୁତ୍ତମାନେ ଘରୁ ଝରକା ତାଡି 5 ଲକ୍ଷ ଟଙ୍କା ସହିତ ସୁନାଗହଣା ଲୁଟି ଫେରାର ଅଛନ୍ତି।

ରାତି ଅଧରେ ସମସ୍ତେ ଶୋଇଥିବା ସମୟରେ ଦୁର୍ବୁତ୍ତମାନେ ଘରେ ପଶିବା ପାଇଁ ପ୍ରଥମେ ଝରକା ତାଡି ଥିଲେ, ତା ପରେ ଘରେ ପଶି ସୁନାଗହଣା ସହିତ 5ଲକ୍ଷ ତାଙ୍କ ନେଇ ଘରୁ ଫେରାର ହୋଇଗଲେ। ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି।