ମେ’ରେ ରେକର୍ଡ ଭାଙ୍ଗିଲା GST କଲେକ୍ସନ, ସରକାର ଜାରି କଲେ ରିପୋର୍ଟ
ସରକାର ମେ’ ମାସର ଜିଏସଟି କଲେକ୍ସନର ରିପୋର୍ଟ ଜାରି କରିଛନ୍ତି
ନୂଆଦିଲ୍ଲୀ: ମେ’ ମାସରେ ସରକାର ଜିଏସଟି କଲେକ୍ସନ କରିଛନ୍ତି ୨.୦୧ ଲକ୍ଷ କୋଟି ଟଙ୍କା। ଏହି କଲେକ୍ସନ ବାର୍ଷିକ ଆଧାରରେ ୧୬.୪ ପ୍ରତିଶତ। ଗତ ବର୍ଷ ମେ’ ୨୦୨୪ରେ ସରକାରଙ୍କୁ ଜିଏସଟିରେ ସମୁଦାୟ ୧.୭୨ ଲକ୍ଷ ଟଙ୍କାର ଆମଦାନୀ ହୋଇଥିଲା, ସେହିପରି ୨୦୨୫ ମେ’ ରେ ଏଥିରେ ୧୬.୭ ପ୍ରତିଶତ ବୃଦ୍ଧି ଘଟିଛି ଏବଂ ଏହା ୨.୦୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛନ୍ତି।
ଜିଏସଟି କଲେକ୍ସନ ଅନୁସାରେ, ରିଫଣ୍ଡ ପରେ ମେ’ ୨୦୨୫ରେ ବାର୍ଷିକ ଆଧାରରେ ମେ’ ୨୦୨୪ ତୁଳନାରେ ୨୦.୪% ବୃଦ୍ଧି ଘଟିଛି। ମେ’ ୨୦୨୫ରେ ଜିଏସଟି କଲେକ୍ସନ ୧.୭୩ ଲକ୍ଷ କୋଟି ଟଙ୍କା, ଯାହା ମେ’ ୨୦୨୪ରେ କେବଳ ୧.୪୪ ଲକ୍ଷ ଟଙ୍କା ଥିଲା।
ମେ’ ୨୦୨୫ରେ ଜିଏସଟି ରିଫଣ୍ଡ ୨୭,୨୧୦ କୋଟି ଟଙ୍କା ଥିଲା। ଯାହା ଅର୍ଦ୍ଧବାର୍ଷିକ ୪ ପ୍ରତିଶତ କମ ଥିଲା। ସେହିପରି ବଜେଟ ସମୟରେ ସରକାର ଏହି ଆର୍ଥିକ ବର୍ଷରେ ଜିଏସଟି କଲେକ୍ସନରେ ୧୧ ପ୍ରତିଶତ ବୃଦ୍ଧି ଆଶା ଥିଲା, ଯେଉଁଥିରେ ସେଣ୍ଟ୍ରାଲ ଜିଏସଟି ଏବଂ GST Compensation Cess ସମେତ ୧୧.୭୮ ଲକ୍ଷ କୋଟି ଟଙ୍କାର ଜିଏସଟି କଲେକ୍ସନର ଅସା କରାଯାଇଥିଲା।