fbpx

କେନ୍ଦ୍ର ସରକାର ଏବେ ଏହି କର୍ମଚାରୀମାନଙ୍କୁ ଦେବେ ଉପହାର, ଶୀଘ୍ର ବଢ଼ିବ ଦରମା!

Advertisement

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଲକ୍ଷାଧିକ କର୍ମଚାରୀଙ୍କୁ ନିକଟରେ ମହଙ୍ଗା ଭତ୍ତାର ଲାଭ ମିଳିଛି । ସପ୍ତମ ବେତନ ଆୟୋଗ ଅଧିନରେ ଆସୁଥିବା ସମସ୍ତ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ସରକାର ମହଙ୍ଗା ଭତ୍ତାକୁ ପ୍ରଥମରୁ ବୃଦ୍ଧି କରିସାରିଛନ୍ତି । ଅବଶ୍ୟ ପଞ୍ଚମ ଓ ଷଷ୍ଠ ବେତନ ଆୟୋଗ ଅଧୀନରେ ଆସୁଥିବା କେନ୍ଦ୍ର କର୍ମଚାରୀମାନେ ଏହାର ଲାଭ ପାଇନାହାଁନ୍ତି । ଏହି କର୍ମଚାରୀମାନଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଏବେ ପ୍ରସ୍ତୁତ ହେଉଛନ୍ତି ।

ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ଅନୁସାରେ, ପଞ୍ଚମ ଓ ଷଷ୍ଠ ବେତନ ଆୟୋଗ ଅଧୀନରେ ଆସୁଥିବା କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୩ ପ୍ରତିଶତ ବୃଦ୍ଧି ପାଇପାରେ । ପଞ୍ଚମ ବେତନ ଆୟୋଗ ଅଧୀନରେ ଆସୁଥିବା କର୍ମଚାରୀମାନଙ୍କୁ ଏବେ ୩୬୮ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ମିଳୁଛିି । ଏହାକୁ ୧୩ ପ୍ରତିଶତ ବୃଦ୍ଧି କରି ୩୮୧ ପ୍ରତିଶତକୁ ବୃଦ୍ଧି କରିବାର ଯୋଜନା ରହିଛି ।

ସେହିଭଳି ଷଷ୍ଠ ବେତନ ଆୟୋଗ ଅଧୀନରେ ଆସୁଥିବା କର୍ମଚାରୀଙ୍କ ଡିଏକୁ ୧୯୬ ପ୍ରତିଶତରୁ ୨୦୩ ପ୍ରତିଶତକୁ ବୃଦ୍ଧି କରାଯାଇପାରିବ । ସେମାନଙ୍କର ଡିଏ ୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ୭ମ ବେତନ ଆୟୋଗର କର୍ମଚାରୀଙ୍କ ପରି ୫ମ ଓ ୬ଷ୍ଠ ବେତନ ଆୟୋଗର କର୍ମଚାରୀଙ୍କୁ ମହଙ୍ଗା ଭତ୍ତାର ଲାଭ ଜାନୁଆରୀ ୨୦୨୨ରୁ ହିଁ ମିଳିବ । ବର୍ଦ୍ଧିତ ମହଙ୍ଗା ଭତ୍ତାକୁ ଜାନୁଆରୀଠାରୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇପାରେ ।

Get real time updates directly on you device, subscribe now.