fbpx

ଆସନ୍ତା ୨୧ ତାରିଖରୁ ଚଳିତ ଶିକ୍ଷାବର୍ଷର ସ୍ନାତକ ଛାତ୍ରଛାତ୍ରୀଙ୍କର ପାଠପଢ଼ା ଆରମ୍ଭ

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ଚଳିତ ଶିକ୍ଷାବର୍ଷର ସ୍ନାତକ ଛାତ୍ରଛାତ୍ରୀଙ୍କର ପାଠପଢ଼ା ଆରମ୍ଭ ହେବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପରିବର୍ତ୍ତିତ ସମୟସାରଣୀ ଅନୁଯାୟୀ ଏହି ସୂଚନା ଦିଆଯାଇଛି । ଆସନ୍ତା ୧୨ ତାରିଖରେ ଯୁକ୍ତ ୩ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ । ୧୪ରୁ ୧୭ ତାରିଖ ମଧ୍ୟରେ ଏହି ପର୍ଯ୍ୟାୟର ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ଦିନ ଧାର୍ଯ୍ୟ ହୋଇଛି । ସେହିଭଳି ଚତୁର୍ଥ ପର୍ଯ୍ୟାୟ ମେଧା ତାଲିକା ୨୪ ତାରିଖରେ ପ୍ରକାଶ ପାଇ ୨୮ ତାରିଖ ମଧ୍ୟରେ ନାମ ଲେଖା ଶେଷ କରିବାକୁ ଏହି ସମୟ ସାରଣୀରେ କୁହାଯାଇଛି । ସେହିଭଳି ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧାତାଲିକା ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ । ସୂଚନାଯୋଗ୍ୟ ଗତକାଲି ସ୍ନାତକୋତ୍ତର ଏବଂ ସ୍ନାତକ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଗତକାଲି ଶେଷ ହୋଇଛି ।

Get real time updates directly on you device, subscribe now.