fbpx

ପ୍ରକୃତିଙ୍କ ମହାନତା ; ଟ୍ରେନ୍ ଟ୍ରାଜେଡି ପୀଡିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ସହାୟତା ଦେଲେ

ଭୁବନେଶ୍ୱର : ସବୁବେଳେ ଚର୍ଚ୍ଚାରେ ଥିବା ପ୍ରକୃତି ମିଶ୍ରଙ୍କ ମହାନତା ଦେଖିବାକୁ ମିଳିଛି । ଟ୍ରେନ୍ ଟ୍ରାଜେଡିର ପୀଡିତଙ୍କ ପାଇଁ ସେ ଆଗକୁ ଆସି ସହାୟତାର ହାତ ବଢାଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ ମାଧ୍ୟମରେ ସହାୟତା ଦେଇଥିବା ଜଣାପଡିଛି । ତେବେ କେତେ ଟଙ୍କା ଦେଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହା ସହ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଆହତଙ୍କ ନିକଟରେ ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟ ପଚାରି ବୁଝିଛନ୍ତି । ଖାଲି ସେତିକି ନୁହେଁ, ନିଜ ସାମର୍ଥ୍ୟ ଅନୁଯାୟୀ ଦୁର୍ଘଟଣାରେ ପୀଡିତ ଆହତମାନଙ୍କୁ ସାହାର୍ଯ୍ୟ କରିବାକୁ ଓଲିଉଡ୍ ଇଣ୍ଡେଷ୍ଟ୍ରିକୁ ଆହ୍ୱାନ ଦେଇଛନ୍ତି ।

ଆମ ଦର୍ଶକ ଆମ ପାଇଁ ଭଗବାନ୍ । ଆଜି ସେମାନେ ଅସୁବିଧାରେ ପଡିଛନ୍ତି, ତେଣୁ ସେମାନଙ୍କୁ ସାହାର୍ଯ୍ୟ କରିବା ନିହାତି ଆବଶ୍ୟକ ବୋଲି ପ୍ରକୃତି ମିଶ୍ର କହିଛନ୍ତି । କେବଳ ଦୁର୍ଘଟଣା ପୀଡିତଙ୍କ ଭେଟିବା ପାଇଁ ସେ ମୁମ୍ବାଇରୁ ଓଡିଶା ଆସିଛନ୍ତି ବୋଲି କହିଛନ୍ତି । ଏହା ସହ ଦୁର୍ଘଟଣାରେ ଦାୟୀ ବ୍ୟକ୍ତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଅନୁରୋଦ କରିଛନ୍ତି ।

Get real time updates directly on you device, subscribe now.