fbpx

ସପ୍ତାହ ବିଳମ୍ବରେ କେରଳ ଛୁଇଁଲା ମୌସୁମୀ

ଭୁବନେଶ୍ୱର : ବିଳମ୍ବରେ ହେଉ ପଛେ ମୌସୁମୀ କେରଳ ଛୁଇଁଛି । ପ୍ରାୟ ଏକ ସପ୍ତାହ ବିଳମ୍ବରେ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି । ଏନେଇ ଆଇଏମଡି ଡିଜି ସୂଚନା ଦେଇଛନ୍ତି । ଆଗାମୀ ଦୁଇ ଦିନରେ ଅଧିକ ଅଞ୍ଚଳରେ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି । ଦକ୍ଷିଣ-ପଶ୍ଚିମ ଆଡକୁ ଗତି କରିବା ପାଇଁ ପାଗ ଅନୁକୂଳ ହୋଇଛି । ତେଣୁ ସେ ଦିଗରେ ଗତି କରିପାରେ । ଆଉ ମାତ୍ର କିଛି ଦିନ ପରେ ଓଡିଶାକୁ ଆସିବ ମୌସୁମୀ ।

ସମ୍ପୂର୍ଣ୍ଣ ଲାକ୍ଷାଦ୍ୱୀପ ଓ କେଳରରେ ମୌସୁମୀ ଛୁଇଁଛି । ମୌସୁମୀ ବାୟୁ ପ୍ରଭାବରେ କେରଳରେ ବର୍ଷା ହେଉଛି । ୨୪ ଘଣ୍ଟା ମଧ୍ୟରେ କେରଳର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

ସୂଚନାଯୋଗ୍ୟ, ଚଳିତବର୍ଷ ବିଳମ୍ବରେ କେରଳ ଛୁଇଁଛି ମୌସୁମୀ । ଏହାର କାରଣ ହେଉଛି ଆରବ ସାଗରରେ ସୃଷ୍ଟି ହୋଇଥିବା ସୁପର ସାଇକ୍ଲୋନ୍ ‘ବିପର୍ଯ୍ୟୟ’ । ଏହି ବାତ୍ୟା ଯୋଗୁଁ ମୌସୁମୀ ବିଳମ୍ବରେ ଆସିବ ବୋଲି କେନ୍ଦ୍ରୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା ।

Get real time updates directly on you device, subscribe now.