fbpx

Interim Budget 2024: ସମସ୍ତ ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଓ ସହାୟିକାଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ସଂସଦରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ ସମୟରେ କହିଛନ୍ତି ମୋଦୀ ସରକାର ଲକ୍ଷପତି ଦିଦି ଯୋଜନା ଜରିଆରେ ମହିଳା ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରି ୨ କୋଟିରୁ ୩ କୋଟି କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେ କହିଛନ୍ତି ଏବେ ଦେଶରେ ୮୩ ଲକ୍ଷ ସ୍ୱୟଂସହାୟକ ଗୋଷ୍ଠୀ ଭାରତର ଗ୍ରାମ୍ୟ ଅର୍ଥନୀତିରେ ବଡ ପରିବର୍ତ୍ତନ ଆଣି ପାରିଛନ୍ତି । ଏହି କ୍ରମରେ ୧କୋଟିରୁ ଅଧିକ ମହିଳା ଲକ୍ଷପତି ଦିଦିରେ ପରିଣତ ହୋଇପାରିଛନ୍ତି । ଏହାସହିତ ମହିଳାମାନଙ୍କ ଲାଗି ମୋଦୀ ସରକାରଙ୍କ ପୂର୍ବ ଯୋଜନାକୁ ମଧ୍ୟ ନିର୍ମଳା ସୀତାରମଣ ଅବତାରଣା କରିଛନ୍ତି ।

ଏହି କ୍ରମରେ ଅର୍ଥମନ୍ତ୍ରୀ ସମସ୍ତ ଆଶା କର୍ମୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି । ଦେଶର ସମସ୍ତ ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀ ଓ ସହାୟିକାଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ।

Get real time updates directly on you device, subscribe now.