fbpx

Budget Key Points: ଅନ୍ତରୀଣ ବଜେଟରେ ଅର୍ଥମନ୍ତ୍ରୀ କ’ଣ ସବୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ସଂସଦରେ ଅନ୍ତରୀଣ ବଜେଟ ଆଗତ କରିଛନ୍ତି । ଏହା ମୋଦୀ ସରକାରଙ୍କ ଦ୍ୱିତୀୟ ଅନ୍ତରୀଣ ବଜେଟ୍ । ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ନୂଆ ସରକାର କାର୍ଯ୍ୟଭାର ଗ୍ରହଣ କରିବା ପରେ ପୂର୍ଣ୍ଣ ବଜେଟ୍ ଆଗତ ହେବ । ତେବେ ଅନ୍ତରୀଣ ବଜେଟକୁ ‘ଭୋଟ-ଅନ-ଆକାଉଣ୍ଟ’ ବୋଲି କୁହାଯାଇଥାଏ । ଅଧିକାଂଶ ସମୟରେ କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ଏହି ବଜେଟ ଆଗତ କରାଯାଇଥାଏ ।

ତେବେ ଆଜି ନିଜ ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ମୋଦୀ ସରକାରଙ୍କର ଅନେକ ଜନହିତକର ଯୋଜନା ବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି । ଏହି ଅବସରରେ ଅର୍ଥମନ୍ତ୍ରୀ କିଛି ବଡ଼ ଘୋଷଣା କରିଛନ୍ତି ।

– ସମସ୍ତ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଓ ସହାୟିକାଙ୍କୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ।

– ଦେଶର ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ । ବର୍ତ୍ତମାନ ସୁଦ୍ଧା ୧ କୋଟି ମହିଳା ଲକ୍ଷପତି ଦିଦି ହୋଇଛନ୍ତି ।

– ଦେଶର ୪୦ ହଜାର ସାଧାରଣ ରେଳ ବଗିକୁ ବନ୍ଦେ ଭାରତ କୋଚରେ ପରିବର୍ତ୍ତନ କରାଯିବ । ଯାତ୍ରୀଙ୍କୁ ସୁରକ୍ଷା, ସୁବିଧା ଓ ଆରାମ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

– ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାର କାର୍ଯ୍ୟକାରିତାକୁ ପ୍ରୋତ୍ସାହନ ଦିଆଯିବ ।

– ଗର୍ଭାଶୟ କର୍କଟକୁ ରୋକିବା ପାଇଁ ୯ରୁ ୧୪ ବର୍ଷ ବୟସର ବାଳିକାମାନଙ୍କୁ ମାଗଣା ଗର୍ଭାଶୟ କର୍କଟ ଟିକା ପ୍ରଦାନ କରାଯିବ ।

– ଚଳିତ ଅନ୍ତରୀଣ ବଜେଟରେ ଇନକମ୍ ଟ୍ୟାକ୍ସରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।

– ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନାରେ ଯେଉଁମାନଙ୍କ ଘରେ ସୋଲାମ ସିଷ୍ଟମ ଲାଗିଛି, ସେମାନଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ପ୍ରଦାନ କରାଯିବ ।

– ଗରିବ ଲୋକଙ୍କୁ ଘର କିଣିବା ଓ ଘର ତିଆରି କରିବା ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇଦେବେ ।

– ଷ୍ଟାଟଅପ ପାଇଁ ଟ୍ୟାକ୍ସ ଛାଡ଼ ଏକ ବର୍ଷ ପାଇଁ ବୃଦ୍ଧି କରାଗଲା ।

– ୩ଟି ନୂଆ ରେଳ କରିଡର ନିର୍ମାଣ କରାଯିବ ।

– ଭିତ୍ତିଭୂମି କ୍ଷେତ୍ରରେ ୧୧ ପ୍ରତିଶତରୁ ଅଧିକ ଖର୍ଚ୍ଚ କରାଯିବ ।

– ପ୍ରତିରକ୍ଷା ଖର୍ଚ୍ଚ ୧୧.୧ ପ୍ରତିଶତ ବୃଦ୍ଧି । ଏହା ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୩.୪ ପ୍ରତିଶତ ହେବ ।

– ବ୍ଲୁ ଇକୋନୋମୀ ୨.୦ ଅଧିନରେ ନୂଆ ଯୋଜନା ଆରମ୍ଭ କରାଯିବ ।

– ମଧ୍ୟମବର୍ଗଙ୍କ ପାଇଁ ସରକାର ଆଗାମୀ ୫ ବର୍ଷ ମଧ୍ୟରେ ୨ କୋଟି ଘର ନିର୍ମାଣ କରିବେ ।

– ଫସଲରେ ନାନୋ ଡ୍ୟାପର ବ୍ୟବହାର କରଯିବ । ୧୩୬୧ଟି ମଣ୍ଡିକୁ ଡ଼ନେମ ସହ ସଂଯୋଗ କରାଯିବ ।

– ‘ପିଏମ ମୋଦୀଙ୍କ ‘ଜୟ ଅନୁସନ୍ଧାନ’ ନାରାକୁ ସାକାର କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ । କୃଷକଙ୍କ ଆୟ ବୃଦ୍ଧି ପାଇଁ ପ୍ରୟାସ କରାଯିବ ।

– ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ପରିବର୍ତ୍ତନ କ୍ଷେତ୍ରରେ ସୁଧାର ଆଣିବାରେ ସହାୟକ ହେଉଛି ।

– ଆଗାମୀ ୫ ବର୍ଷ ଦେଶର ଅଦ୍ଭୂତପୂର୍ବ ବିକାଶର ସମୟ ହେବ । ବିକଶିତ ଭାରତର ମାର୍ଗ ପ୍ରଶସ୍ତ ହେବ ।

– ଯାହା ସୁଧାର ହୋଇଛି, ଆଗାମୀ ୫ ବର୍ଷରେ ତାହା ମାଧ୍ୟମରେ ଅଦ୍ଭୂତପୂର୍ବ ବିକାଶ ହେବ ।

– ଜିଡିପିକୁ ଅଧିକ ବ୍ୟାପକ କରିବା ପାଇଁ ବିକାଶ ଓ ପ୍ରଦର୍ଶନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ।

– ମାଗଣା ରାଶନ ସ୍କିମ୍ ୮୦ କୋଟି ଲୋକଙ୍କ ଖାଦ୍ୟ ଚିନ୍ତା ଦୂର କରିଛି ।

– ପିଏମ୍ ମୁଦ୍ରା ଯୋଜନା ଅଧିନରେ ୨୨.୫ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଲୋନ୍ ପ୍ରଦାନ କରାଯାଇଛି ।

– ପିଏମ୍ ମୁଦ୍ରା ଯୋଜନାରେ ମହିଳା ଉଦ୍ୟୋଗୀଙ୍କୁ ୩୦ କୋଟି ଋଣ ପ୍ରଦାନ କରାଯାଇଛି ।

– ଦେଶର ୧.୪ କୋଟି ଯୁବକଙ୍କୁ କୌଶଳ ଭାରତ ବିକାଶର ଫାଇଦା ମିଳିଛି ।

– ୨୦୧୪ରେ ପିଏମ୍ ମୋଦୀ କ୍ଷମତାକୁ ଆସିବା ସମୟରେ ଭାରତ ଅନେକ ଚ୍ୟାଲେଞ୍ଜକୁ ସାମ୍ନା କରୁଥିଲା । ମାତ୍ର ସରକାରଙ୍କ ସଠିକ୍ ପଦକ୍ଷେପ ଫଳରେ ଦେଶ ସେହି ସମସ୍ୟାରୁ ମୁକୁଳି ପାରିଥିଲା ।

– ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଗରିବୀରୁ ମୁକ୍ତି ହୋଇଛନ୍ତି ।

– ପିଏମ୍ ସ୍ୱନିଧି ଯୋଜନାରେ ୭୮ ଲକ୍ଷ ଷ୍ଟ୍ରିଟ ଭେଣ୍ଡର୍ସଙ୍କୁ ଫାଇଦା ମିଳିଛି ।

– ସାମାଜିକ ନ୍ୟାୟ କେନ୍ଦ୍ର ସରକାରଙ୍କ ମଡେଲ ହୋଇଥିବା ବେଳେ ଗରିବ, ମହିଳା, ଯୁବକ, ଅନ୍ନଦାତାଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।

Get real time updates directly on you device, subscribe now.