fbpx

ସରଫରାଜ ନା ପାଟିଦାର…ଭାରତର ପ୍ଲେଇଙ୍ଗ୍ ୧୧ରେ କିଏ ହେବ ସାମିଲ, ସଙ୍କେତ ଦେଲା BCCI !

ନୂଆଦିଲ୍ଲୀ: ଫେବୃଆରୀ ୨ରେ ଇଂଲଣ୍ଡ ବିପକ୍ଷ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ୨ୟ ମ୍ୟାଚ୍ ବିଶାଖାପାଟଣାରେ ଖେଳାଯିବ । ବର୍ତ୍ତମାନ ଏହି ମ୍ୟାଚରେ ଭାରତୀୟ ଦଳର କେଉଁ ଖେଳାଳି ନିଜ ସ୍ଥାନ ବଜାୟ ରଖିବେ ସେ ନେଇ ଆଶଙ୍କା ଦେଖା ଦେଇଛି । ସରଫରାଜ ଖାନ୍ ନା ରଜତ ପାଟିଦାର ? କାହା ଉପରେ ଅଧିନାୟକ ରୋହିତ ଶର୍ମାଙ୍କ ରହିଛି ବିଶ୍ୱାସ । କାହାକୁ ସେ ଦଳରେ ସାମିଲ କରିବେ । ଏନେଇ ବିଭିନ୍ନ କଳ୍ପନାଜଳ୍ପନା ଲାଗି ରହିଛି । ତେବେ ବିସିସିଆଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡ଼ିଓ ଶେୟାର କରିଛି ଯେଉଁଥିରେ ରଜତ ପାଟିଦାର ଭାରତୀୟ ଦଳରେ ପ୍ରତ୍ୟାବର୍ତ୍ତନ କରିବା ନେଇ ସଙ୍କେତ ଦେଇଛନ୍ତି ।

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ପରାଜୟର ସାମ୍ନା କରିଛି । ଏଥିପାଇଁ ଦଳକୁ ବଡ଼ ଝଟକା ଲାଗିଛି । ତେବେ ପ୍ରଥମ ମ୍ୟାଚରେ ହାରିବା ପରେ ଦ୍ୱିତୀୟ ମ୍ୟାଚରେ କମବ୍ୟାକ୍ କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ବିଶାଖାପାଟଣାରେ ଖେଳାଯିବାକୁ ଥିବା ଏହି ଦ୍ୱତୀୟ ମ୍ୟାଚରେ ପ୍ଲେଇଙ୍ଗ୍ ୧୧ରେ କାହାକୁ ସୁଯୋଗ ଦିଆଯିବ ସେନେଇ ଦ୍ୱନ୍ଦରେ ଅଛନ୍ତି ଅଧିନାୟକ ରୋହିତ ଶର୍ମା ଏବଂ କୋଚ୍ ରାହୁଲ ଦ୍ରାବିଡ଼ । କାହାକୁ ମିଳିବ ଚାନ୍ସ ? ସରଫରାଜ ଖାନ୍ ନା ରଜତ ପାଟିଦାର । ତେବେ ବିସିସିଆଇ ପକ୍ଷରୁ ଏକ ଭିଡ଼ିଓ ଶେୟାର କରାଯାଇଛି ଯେଉଁଥିରେ ପ୍ଲେଇଙ୍ଗ୍ ୧୧ରେ କିଏ ସାମିଲ ହେବା ନେଇ ସଙ୍କେତ ଦିଆଯାଇଛି । ଏହି ଭିଡ଼ିଓର ପ୍ରାରମ୍ଭରେ ରଜତ ପାଟିଦାର ନିଜ ଆଘାତ ବିଷୟରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି କୌଣସି ଆଘାତ ପରେ ବାଉନ୍ସ ବ୍ୟାକ୍ କରିବା କଷ୍ଟକର ହୋଇଥାଏ । ଏହା ଏପରି ଏକ ଜିନିଷ ଯାହା ଉପରେ ଆମର କୌଣସି ନିୟନ୍ତ୍ରଣ ନଥାଏ । କହିରଖୁଛୁ ରଜତ ପାଟିଦାରଙ୍କୁ ବିରାଟ କୋହଲିଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇଥିଲା । ସେ ପ୍ରଥମ ମ୍ୟାଚରୁ ହିଁ ଦଳ ସହ ଜଡ଼ିତ ଅଛନ୍ତି । ସେହିପରି କେ. ଏଲ ରାହୁଲଙ୍କୁ ଆଘାତ ଲାଗିବା ପରେ ମୁମ୍ବାଇର ସରଫରାଜ ଖାନଙ୍କୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଡକାଯାଇଥିଲା ।

Get real time updates directly on you device, subscribe now.