fbpx

ବଦଳିଲା ପାଣିପାଗର ମିଜାଜ: ଉତ୍ତର ଭାରତରେ ଶେଷ ହେଲା ହିଟୱେଭର ସିଜନ

Advertisement

ନୂଆଦିଲ୍ଲୀ: ଅସହ୍ୟ ତାତିରୁ ଏବେ ମିଳୁଛି ମୁକ୍ତି । ଗତ ଦୁଇ ଦିନରୁ ତାତି ଟିକିଏ କମ ଥିବା ବେଳେ ଆଗକୁ ଏଥିରେ ଆହୁରି ହ୍ରାସ ହେବା ନେଇ ପୂର୍ବାନୁମାନ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ । ଦିଲ୍ଲୀ, ପଞ୍ଜାବ, ହରିୟାଣା ଏବଂ ୟୁପି ସହିତ ଦେଶର ଅଧିକାଂଶ ଅଞ୍ଚଳରେ ହିଟୱେଭର ସମୟ ଶେଷ ହୋଇଥିବା ନେଇ ପ୍ରକାଶ କରିଛନ୍ତି ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆରକେ ଜେନାମଣି ।

ଆଗାମୀ ୬-୭ ଦିନ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବନାହିଁ ବୋଲି ସୂଚନା ମିଳିଛି । ଉତ୍ତର ପଶ୍ଚିମ ଭାରତରେ ୟେଲୋ ଆଲର୍ଟ ଜାରି ହୋଇଥିବା ବେଳେ ଏଠାରେ ଝଡବର୍ଷା ହେବାର ସମ୍ଭାବନା ରହିଛି । ଦିଲ୍ଲୀରେ ମେ ୩ ତାରିଖରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୩ ଦିନ ମଧ୍ୟରେ ଉତ୍ତର-ପୂର୍ବ-ପଶ୍ଚିମ ଭାରତରେ ୨ ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇପାରେ । ତେବେ ମଧ୍ୟ ଭାରତର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବରୁ ପାଣିପାଗ ବିଭାଗ ସୂଚନା ଦେଇଥିଲା । ସେହିପରି ଅସହ୍ୟ ତାତିରୁ ଆସନ୍ତା ୬ ଦିନ ପର୍ଯ୍ୟନ୍ତ ମୁକ୍ତି ପାଇବ ଦିଲ୍ଲୀ ଏନସିଆର ।

ତେବେ ଧିରେ ଧିରେ ଭାରତ ପ୍ରବଳ ଗରରୁ ମୁକ୍ତି ପାଉଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଗକୁ ଗରମ ଆହୁରି କମ ହେବା ସହ ୫ ମେ ସୁଦ୍ଧା ବର୍ଷାର ସମ୍ଭାବନା ରହିଛି । ଏହି ସମୟରେ ୪୦-୫୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ ପବନର ଗତି । କେବଳ ସେତିକି ନୁହେଁ, ମେ ମାସର ପ୍ରଥମ ସପ୍ତାହ ସାମାନ୍ୟ ଆଶ୍ୱସ୍ତିପୂର୍ଣ୍ଣ ରହିବ ବୋଲି ପାଣିପାଗ ବିଭାଗ କହିଛି ।

Get real time updates directly on you device, subscribe now.