fbpx

ଛାଡ଼ପତ୍ର ପାଇଁ ମହିଳାଙ୍କ ହୀନ ଚକ୍ରାନ୍ତ; ଝିଅର ଗର୍ଭଧାରଣ ପାଇଁ ସ୍ୱାମୀକୁ ଦାୟୀ କଲା ସ୍ତ୍ରୀ

ଚେନ୍ନାଇ: ଡାକ୍ତରୀ ରେକର୍ଡ ଜାଲ୍ କରିବା ଏବଂ ସ୍ୱାମୀଙ୍କ ନାଁରେ ମିଥ୍ୟା ଅଭିଯୋଗ ଆଣିବାକୁ ନେଇ ୫ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ ହେଲେ ଜଣେ ମହିଳା। ୬ ବର୍ଷ ତଳେ ଚେନ୍ନାଇ ସହରର ଜଣେ ମହିଳା ଡାକ୍ତରୀ ରେକର୍ଡ ଜାଲ୍ କରିବା ଲହ ତାଙ୍କ ସ୍ୱାମୀଙ୍କୁ ତାଙ୍କ ଝିଅସହ ଦୁଷ୍କର୍ମ କରିଥିବା ମିଥ୍ୟା ଅଭିଯୋଗ ଆସିଥିଲା। ଏବେ ଏହି ଅଭିଯୋଗରେ ୫ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଚେନ୍ନାଇର ଏକ ପୋକ୍ସୋ ଅଦାଲତ। ୨୦୧୯ ଅଗଷ୍ଟ ୨୦ତାରିଖରେ ମାଡ୍ରାସ ହାଇକୋର୍ଟ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ହୋଇଥିବା ମାମଲାକୁ ରଦ୍ଦ କରିବା ସହ ମହିଳାଙ୍କ ବିରୋଧରେ ପୋକ୍ସୋ କୋର୍ଟରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ହାଇକୋର୍ଟ ଏକ ବନ୍ଦ କୋଠରୀରେ ଝିଅର ବୟାନ ରେକର୍ଡ କରିଥିଲେ। ଏହାପରେ ଖଣ୍ଡପୀଠ ନିଶ୍ଚିତ କରିଥିଲେ ଯେ ଅଭିଯୋଗକାରୀ ମହିଳା ତାଙ୍କ ସ୍ୱାମୀଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ଡାକ୍ତରୀ କାଗଜପତ୍ର ଜାଲ୍ କରିଛନ୍ତି। ସ୍ୱାମୀଙ୍କ ସହ ଛାଡ଼ପତ୍ର ମାମଲାର ସମ୍ମୁଖୀନ ହେଉଥିବା ବେଳେ ମହିଳା ଜଣକ ଏଭଳି ଘୃଣ୍ୟ କାଣ୍ଡ ଘଟାଇଥିଲେ। ଏବେ ସେମାନଙ୍କ ଛାଡ଼ପତ୍ର ହୋଇସାରିଛି। ମେଡିକାଲରେ ପୁଣି ସାମ୍ନାକୁ ଆସିଲା ସତ।

ଟିଓଆଇରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ହାଇକୋର୍ଟ ମହିଳାଙ୍କ ଦ୍ୱାରା ଦିଆଯାଇଥିବା ପରିସ୍ରା ରିପୋର୍ଟ ଏବଂ ଡାକ୍ତରଙ୍କ ବୟାନ ସବୁ ମିଥ୍ୟା ବୋଲି ଜାଣିବାକୁ ପାଇଥିଲେ। ମିଛର ପ୍ୟାକେଟ୍ ହୋଇଥିଲେ ମଧ୍ୟ ସ୍ୱାମୀଙ୍କୁ ସାରା ଜୀବନ ଜେଲରେ ରଖିବା ପାଇଁ ସେ କରିଥିବା ଡାକ୍ତରୀ ରିପୋର୍ଟ ଯଥେଷ୍ଟ ଥିଲା। ମହିଳା ଜଣକ ଲ୍ୟାବ ଆସିଷ୍ଟାଣ୍ଟ ଭାବେ କାମ କରୁଥିବା ମେଡିକାଲ ସେଣ୍ଟରରୁ ଏହି କାଗଜପତ୍ର ହାସଲ କରିଥିଲେ।

Get real time updates directly on you device, subscribe now.