fbpx

ଖୁବ୍ ଶୀଘ୍ର ଆରମ୍ଭ ହେବ ‘ଇନ-କାର ଡାଇନିଂ’ ସୁବିଧା; ଲୋକଙ୍କୁ ଆକର୍ଷିତ କରିବା ପାଇଁ କେରଳ ପର୍ଯ୍ୟଟନ ମନ୍ତ୍ରୀଙ୍କ ନିଆରା ପଦକ୍ଷେପ

AAKASH

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁଁ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । କରୋନା ଭୟ ନେଇ ସମସ୍ତେ ଘରେ ବନ୍ଦ ହୋଇ ରହୁଛନ୍ତି । ଫଳରେ ଡରିକି କେହି ବାହାରକୁ ଆସୁନାହାନ୍ତି । ଗତବର୍ଷରୁ ଆରମ୍ଭ ହୋଇଥିବା କରୋନା ଯୋଗୁଁ ଲୋକମାନେ ବାହାର ଖାଦ୍ୟ ଖାଇବା ବନ୍ଦ କରିବାକୁ ଲାଗିଲେ । ଯାହାଫଳରେ ତାଙ୍କ ମନ ପସନ୍ଦର ଖାଇବାକୁ ମନେ ପକାଉଛନ୍ତି । ଏଥିପାଇଁ ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହୁଛି । କିନ୍ତୁ ଏହି ସମୟରେ କେରଳର ପର୍ଯ୍ୟଟନ ମନ୍ତ୍ରଣାଳୟ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏକ ଭିନ୍ନ ଓ ନିଆରା ପଦକ୍ଷେପ ନେଇଛନ୍ତି ।

ତେବେ କେରଳର ପର୍ଯ୍ୟଟନ ବିକାଶ ନିଗମ (କେଟିଡିସି)ର ଏମିତି ଏକ ସୁବିଧା ଆରମ୍ଭ କରୁଛି । ଯେଉଁଥିରେ ଲୋକମାନେ କୌଣସି ଖାଦ୍ୟ ପାଇଁ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଯାହାଫଳରେ ଲୋକମାନଙ୍କୁ କୋଭିଡ-୧୯ ମଧ୍ୟରେ ସର୍ବସାଧାରଣ ସ୍ଥାନରେ ଖାଇବା ସମୟରେ ସ୍ୱାସ୍ଥ୍ୟ ଉପରେ ଥିବା ବିପଦକୁ କମ୍ କରିବାକୁ ଏହି ପଦକ୍ଷେପ ନିଆଯାଇଛି ।

ଏନେଇ ପର୍ଯ୍ୟଟନ ମନ୍ତ୍ରୀ ପିଏ ମହମ୍ମଦ ରିଆସ କହିଛନ୍ତି କି “ଇନ୍-କାର-ଡାଇନିଂ’ରେ ଗ୍ରାହକମାନେ ତାଙ୍କର ନିଜ ଗାଡିରେ ବସି ରେଷ୍ଟୁରାଣ୍ଟରେ ଖାଦ୍ୟ ଅର୍ଡର କରିପାରିବେ । କିଛି ସମୟରେ ଖାଦ୍ୟର ଅର୍ଡର ଗ୍ରାହକଙ୍କ ଗାଡିରେ ପହଞ୍ଚିବ । ତେବେ ଜଲଖିଆ ବ୍ୟତିତ, ଇନ୍-କାର-ଡାଇନିଂରେ ମଧ୍ୟ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ସହ ସ୍ନାକ୍ସ ମଧ୍ୟ ଏଥିରେ ସାମିଲ ଅଛି । ତେବେ ମନ୍ତ୍ରୀ କହିଛନ୍ତି କି ଏହି ଯୋଜନା ସାର୍ବଜନନୀ ସୁରକ୍ଷା ବିପଦକୁ ଦୃଷ୍ଟିରେ ରଖି ଲାଗୁ କରାଯାଇଛି । ମହାମାରୀର ଦ୍ୱିତୀୟ ଲହର ପରେ ପର୍ଯ୍ୟଟନ ଶିଳ୍ପ ସହାୟତା ପାଇବା ପାଇଁ ଆଶା ରଖିଛନ୍ତି ।

Get real time updates directly on you device, subscribe now.