fbpx
BSKY SKY
BSKY SKY

ଭାରତରେ ୪୦ରୁ ଅଧିକ ଡେଲଟା ପ୍ଲସ୍ ଭାରିଆଣ୍ଟ, ଦେଶ ପାଇଁ ବଢ଼ିଲା ଚିନ୍ତା

BSKY

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଦେଶରେ ତୃତୀୟ ଲହରକୁ ନେଇ ପ୍ରସ୍ତୁତି ଜାରି ରହିଥିବା ବେଳେ କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟ ଚିନ୍ତା ବଢ଼ାଇ ଦେଇଛି । ତେବେ ନୂଆ ସଂକ୍ରମଣ ମାମଲା ସାମନାକୁ ଆସିବା ପରେ ମହାରାଷ୍ଟ୍ର, କେରଳ ଓ ମଧ୍ୟପ୍ରଦେଶ ସରକାରଙ୍କୁ ସତର୍କ କରିଦିଆଯାଇଛି ।

ରିପୋର୍ଟ ମୁତାବକ, ମହାରାଷ୍ଟ୍ରରୁ ୨୧ଟି, ମଧ୍ୟପ୍ରଦେଶରୁ ୬ଟି, କେରଳ ଓ ତାମିଲନାଡ଼ୁରେ ୩ଟି ଲେଖାଏଁ, କର୍ଣ୍ଣାଟକରୁ ୨ଟି, ପଞ୍ଜାବ, ଆନ୍ଧ୍ର, ଜମ୍ମୁରୁ ୧ଟି ଲେଖାଏଁ ଡେଲଟା ପ୍ଲସ୍ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏପ୍ରିଲ-ମେ ମାସରେ ଦ୍ୱିତୀୟ ଲହର ସମୟରେ ଅଧିକାଂଶ ରାଜ୍ୟରେ କୋଭିଡ୍ କଟକଣା ଲାଗୁ କରାଯିବା ଫଳରେ ଦେଶରେ ଏହି ଭାରିଆଣ୍ଟ ଏବେ କମ୍ ସଂଖ୍ୟକ ରହିଛି । ଦେଶର ୨୮ଟି ଲାବୋରେଟୋରିରେ ବର୍ତ୍ତମାନ ଡେଲଟା ପ୍ଲସ୍ ଉପରେ ପରୀକ୍ଷା ନିରୀକ୍ଷା ଜାରି ରହିଛି । ଦେଶରେ ଏବେ ଅନେକ ରାଜ୍ୟରେ ଏହି ଭାରିଆଣ୍ଟର ଉପସ୍ଥିତି ହେତୁ ସମ୍ପୃକ୍ତ ରାଜ୍ୟମାନେ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଟେଷ୍ଟିଂ, ଟିକାକରଣକୁ ଦୃଢ଼ କରିବା ଆବଶ୍ୟକ ।

ଡେଲଟା ପ୍ଲସ୍ ଭାରିଆଣ୍ଟ ମହାରାଷ୍ଟ୍ରର ରତ୍ନଗିରି, ଜଲଗାଓଁ, କେରଳର ପକ୍କଡ, ପଥାନାମଥିଟା, ମଧ୍ୟପ୍ରଦେଶର ଭୋପାଳ ଓ ଶିବପୁରୀରୁ ମିଳିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଏହି ଭାରିଆଣ୍ଟ ବର୍ତ୍ତମାନ ଭାରତ ବ୍ୟତୀତ ଆମେରିକା, ବ୍ରିଟେନ, ପର୍ତ୍ତୁଗାଲ, ସ୍ୱିଜରଲାଣ୍ଡ, ଜାପାନ, ପୋଲାଣ୍ଡ, ରୁଷିଆ ଓ ଚୀନ ଆଦି ଦେଶରେ କମ୍ ମାତ୍ରାରେ ରହିଛି । ଡେଲଟା ୮୦ଟି ଦେଶକୁ ବ୍ୟାପିଥିଲା । ଉକ୍ତ ଭାରିଆଣ୍ଟ ସହ ଡେଲଟା ପ୍ଲସର ସମାନତା ରହିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ସେରମ ଇନଷ୍ଟିଚ୍ୟୁଟ ନିର୍ମିତ କୋଭିସିଲ୍ଡ ଓ ଭାରତ ବାୟୋଟେକ୍ ନିର୍ମିତ କୋଭାକ୍ସିନ ଟିକା ଡେଲଟା ଭାରିଆଣ୍ଟ ବିରୋଧରେ ପ୍ରଭାବଶାଳୀ ହୋଇଥିବା ବେଳେ ଡେଲଟା ପ୍ଲସ୍ ଭାରିଆଣ୍ଟ ବିପକ୍ଷରେ ଏହି ଦୁଇ ଟିକା କିପରି କାର୍ଯ୍ୟ କରୁଛି, ତାହାର ରିପୋର୍ଟ ଖୁବଶୀର୍ଘ ପ୍ରଦାନ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.