fbpx

କ୍ରିଷ୍ଣା ଓ କୁନି ଭାଇକୁ ମିଳିଲା ଆଶ୍ୱସ୍ଥି; ଆପଣାଇ ନେଲେ ଅଭିନେତା ସ୍ୱରାଜ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନା ଛଡ଼ାଇ ନେଇଛି ଅନେକ ଜୀବନ । ଉଜୁଡି ଯାଇଛି ଅନେକ ସଂସାର । କାହାର ରୋଜଗାର ନାହିଁତ କାହାର ବାପା ମା ନାହନ୍ତି ତ କାହାର ନାହିଁ ସନ୍ତାନ । ଏମିତି ଏକ ଘଟଣା ପଦାକୁ ଆସିଛି । ନିଷ୍ଠୁର ହେଲା ଦଇବ । କଅଁଳ ବୟସରେ ବାପା-ମାଆଙ୍କୁ ଛାଡାଇ ନେଲା । ଦୁନିଆକୁ ଦେଖିବା ପୁର୍ବରୁ ଅନାଥ ହୋଇଗଲେ ଏହି ଦୁଇ କୁନି ଭାଇ-ଭଉଣୀ । ଆରପାରିକୁ ବାପା-ମାଆ ଚାଲିଗଲା ପରେ କାନ୍ଦୁଥିବା ଦେଢ ମାସର ଭାଇକୁ ନିଜ କାନ୍ଧରେ ଧରି ବୁଝାଇ ଦେଉଛି ୭ ବର୍ଷର ବଡ ଭଉଣୀ । ହେଲେ ନିଜ ଛାତିରେ କୋହକୁ ସମ୍ଭାଳି ପାରୁନି । କେହି ନଥିବା ବେଳେ ବାପା-ମାଆଙ୍କ ଫଟୋକୁ ଧରି କାନ୍ଦୁଛି କୁନି ଝିଅ କ୍ରିଷ୍ଣା । ତେବେ ଭାଇ ଭଉଣୀଙ୍କୁ ମିଳିଛି ଆଶ୍ୱସ୍ଥି ।

ବାଲେଶ୍ୱର ଜିଲ୍ଲା ଭୋଗରୋଇ ବ୍ଲକ ଅନ୍ତର୍ଗତ ନିମାତପୁର ଗାଁର ରହୁଥିବା କମଳେଶ ଓ ସ୍ମିତା ଭୁବନେଶ୍ୱରରେ ରହି ଚାକିରୀ କରୁଥିଲେ । କିନ୍ତୁ ସ୍ମିତାଙ୍କର ପୁଅ ଜନ୍ମ ହେବା ଆଗରୁ କରୋନାରେ ଆକ୍ରାନ୍ତ ଥିଲେ । ଫଳରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପୁଅ ଜନ୍ମ ହୋଇଥିଲା । ପୁଅଟି ଜନ୍ମ ହେବାର ୭ ଦିନ ପରେ ଆଖି ବୁଜିଥିଲେ ସ୍ମିତା । କିନ୍ତୁ ଏପଟେ ସ୍ମିତା ଚାଲିଯିବା ପରେ ସ୍ୱାମୀ କମଳେଶ୍ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ଠିକ୍ କିଛି ଦିନ ପରେ କମଳେଶ ମଧ୍ୟ ଚାଲିଗଲେ ।

କିନ୍ତୁ ଏଠି ବାପା ମାଆ ଛେଉଣ୍ଡ ହୋଇଗଲେ କୁନି ପୁଅ ଓ କ୍ରିଷ୍ଣା । ଛୋଟ ଝିଅଟି ସବୁ ବୁଝି ଯାଇ ତା ଭାଇର ଦାୟିତ୍ୱ ଭାର ବୋହି ନେଇଛିି । କିପରି ସମ୍ଭାଳିବ ତାର ଭାଈର ଦାୟିତ୍ୱ । ଏହି ସବୁ ଭିତରେ କ୍ରିଷ୍ଣା ତାର ସାହସ ଧରି କହୁଛି ତୋର କିଛି ହେବନି ମୁଁ ପରା ଅଛି । ଏହି ଭିଡିଓ ସବୁ ଆଡେ ଚର୍ଚ୍ଚା ହେବା ପରେ ଓଲିଉଡ୍ ଜଗତର ଅଭିନେତା ସ୍ୱରାଜ୍ ବାରିକ ଏହାକୁ ଦେଖି ଦୁଇ ଭାଇ ଭଉଣୀଙ୍କୁ ଆପଣେଇଛନ୍ତି ..କହିଛନ୍ତି କି ସେମାନେ ଆଜି ଠାରୁ ମୋ ନିଜର ଭାଇ ଭଉଣୀ । ଭୋଗରାଇ ଗଲେ ନିଶ୍ଚିତ ମୁଁ ତାଙ୍କୁ ଭେଟିବି । ମୁଁ ତାଙ୍କର ସମସ୍ତ ପ୍ରକାରର ସହାୟତା କରିବି । ଏବଂ ତାଙ୍କର ପ୍ରତିଟି ସୁବିଧା ଅସୁବିଧାର ରହିବି । ଭଗବାନ ତାଙ୍କର ମଙ୍ଗଳ କରନ୍ତୁ ।

ତେବେ ପୁରୁଣା ରିପୋର୍ଟ ଅନୁଯାୟୀ ଦେଖନ୍ତୁ ଏହି ଭିଡିଓକୁ ..

Get real time updates directly on you device, subscribe now.