fbpx

ଆସନ୍ତାବର୍ଷ ଦୀପାବଳି ପର୍ଯ୍ୟନ୍ତ ଏହି ୪ ରାଶି ଲୋକଙ୍କର ବଢିବ ଆୟ: ଘରକୁ ଆସିବ ପୁଳା ପୁଳା ଟଙ୍କା

ନୂଆଦିଲ୍ଲୀ: ଆଜି ସାରା ଦେଶରେ ପାଳନ ହେଉଛି ଆଲୋକର ପର୍ବ ଦୀପାବଳି । କୁହାଯାଏ ଯେ, ଦୀପାବଳି ରାତିରେ ଧନର ଦେବୀ ମା ଲକ୍ଷ୍ମୀ ପୃଥିବୀକୁ ଭ୍ରମଣ କରିବାକୁ ଆସିଥାନ୍ତି । ଏହି ଦିନ ମା ଲକ୍ଷ୍ମୀ ଭକ୍ତଙ୍କୁ ଧନଧାନ୍ୟ ଏବଂ ସୁଖ-ସମ୍ପନ୍ନତାର ବରଦାନ ଦେଇଥାନ୍ତି । ଜ୍ୟୋତିଷବେଦ ଅନୁସାରେ, ଆସନ୍ତାବର୍ଷ ଦୀପାବଳି ପର୍ଯ୍ୟନ୍ତ ୪ଟି ରାଶିର ଭାଗ୍ୟ ଖୁବ ଭଲ ରହିଛି । ଏହି ୪ଟି ରାଶି ପାଇଁ ଆସନ୍ତାବର୍ଷ ଦୀପାବଳି ପର୍ଯ୍ୟନ୍ତ ଆୟ ବୃଦ୍ଧି ପାଇବ ବୋଲି କହିଛନ୍ତି ଜ୍ୟେତିର୍ବିଦ । ବର୍ଷକ ଯାକ ରୋଜଗାରରେ ବୃଦ୍ଧି ହେବା ସହିତ ପ୍ରପର୍ଟି ମଧ୍ୟ ବୃଦ୍ଧି ହୋଇପାରେ । ମେଷ, ମିତୁନ, କନ୍ୟା ଏବଂ ଧନୁ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ବର୍ଷର ଆୟରେ ବୃଦ୍ଧି ଦେଖିବାକୁ ମିଳିବ ।

ମେଷ ରାଶି: ଚଳିତବର୍ଷ ଦୀପାବଳିରୁ ଆଗାମୀ ଦୀପାବଳି ପର୍ଯ୍ୟନ୍ତ ଏହି ସମୟରେ ବିଭିନ୍ନ ସମସ୍ୟା ଦୂର ହେବ । ଧନଧାନ୍ୟ ଏବଂ ସମ୍ପତ୍ତିରେ ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହା ସହିତ ଏହି ବର୍ଷ ମଧ୍ୟରେ କିଛି ପ୍ରପର୍ଟି ବା ଯାନବାହନ କିଣିପାରନ୍ତି ମେଷ ରାଶିର ବ୍ୟକ୍ତି ବିଶେଷ । ତେବେ ଏହି ବର୍ଷକ ଭିତରେ ନିଜର ଖର୍ଚ୍ଚ ଉପରେ ସାମାନ୍ୟ ଧ୍ୟାନ ଦିଅନ୍ତୁ । ନିୟମିତ ଭାବରେ ପୂଜା, ଉପାସନା ଏବଂ ପ୍ରାର୍ଥନା କରନ୍ତୁ ।

ମିଥୁନ ରାଶି: ମିଥୁନ ରାଶି ବ୍ୟକ୍ତିମାନଙ୍କର ଧନ-ସମ୍ପତ୍ତିର ସ୍ଥିତି ଉତ୍ତମ ଧରଣର ରହିବ । ଏହାସହିତ ସମ୍ପତ୍ତି ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିପାରିବ । ଋଣ-କର୍ଜ ଇତ୍ୟାଦି ସମସ୍ୟା ଏବଂ ଆର୍ଥିକ ଚାପରୁ ମଧ୍ୟ ମୁକ୍ତି ମିଳିବ । ଏହି ବର୍ଷକ ସମୟ ଭିତରେ ଉଚିତ ସ୍ଥାନରେ ନିବେଶ କଲେ ଆପଣଙ୍କୁ ଲାଭ ମିଳିପାରିବ । ସମ୍ପୂର୍ଣ୍ଣ ବର୍ଷର ପ୍ରତ୍ୟେକ ଶନିବାରରେ ଗରିବ ଲୋକମାନଙ୍କୁ ଦାନ କରିବା ପାଇଁ ଚେଷ୍ଟା କରନ୍ତୁ ।

କନ୍ୟା ରାଶି: ଚଳିତବର୍ଷ ସ୍ଥାନ ପରିବର୍ତ୍ତନ କରିବା ସହିତ ଲାଭ ହାସଲ କରିପାରନ୍ତି । ଆର୍ଥିକ ପରିସ୍ଥିତିରେ ମଧ୍ୟ ସୁଧାର ଆଣିବ ଏହି ବର୍ଷ । ସ୍ୱାସ୍ଥ୍ୟ ଏବଂ ପାରିବାରିକ ମାମଲାରେ ମଧ୍ୟ ଏହି ବର୍ଷ ଆର୍ଥିକ ଖର୍ଚ୍ଚ ବୃଦ୍ଧି ପାଇବ । ତେଣୁ ଭାବି ଚିନ୍ତି ବ୍ୟୟ ଉପରେ ଧ୍ୟାନ ଦେବା ଆବଶ୍ୟକ । ଅତ୍ୟନ୍ତ ଆବଶ୍ୟକ ନହେବା ପର୍ଯ୍ୟନ୍ତ କୌଣସି ଖର୍ଚ୍ଚ ନ କରିବା ଋଣ କିମ୍ବା ଧାର୍ ନେବା ପୂର୍ବରୁ ସତର୍କ ରହିବା ଉଚିତ୍ ରହିବ । ତେବେ ଭଗବାନ ଶିବଙ୍କ ଉପାସନା ଆପଣଙ୍କ ପାଇଁ ମଙ୍ଗଳମୟ ହେବ ।

ଧନୁ ରାଶି: ଆର୍ଥିକ ପକ୍ଷ ଲଗାତାର ସଫଳତା ଦିଗରେ ଆଗେଇ ଚାଲିବ । ରୋଜଗାରର ବିଭିନ୍ନ ପ୍ରକାରର ଭଲ ସୁଯୋଗ ପ୍ରାପ୍ତି ହେବ । ସେହିପରି ଦୀର୍ଘ ଦିନରୁ ଅଟକି ରହିତିବା ବା ବୁଡ଼ି ଯାଇଥିବା ଟଙ୍କା ମଧ୍ୟ ପ୍ରାପ୍ତ ହେବାର ସମ୍ଭାବନା ରହିଛି । ଏହି ବର୍ଷ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ । ନିୟମିତ ଭାବରେ ଦାନ ଧର୍ମ କରିବା ପାଇଁ ଚେଷ୍ଟା କରନ୍ତୁ । ଏହାଦ୍ୱାରା ଲାଭ ମିଳିପାରିବ ।

Get real time updates directly on you device, subscribe now.