fbpx

ବୃଦ୍ଧି ପାଇଲା ଆୟକର ରିଟର୍ଣ୍ଣ ଅବଧି

ନୂଆଦିଲ୍ଲୀ, ୪ା୭: ଦେଶରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏଥିସହିତ ଦିନକୁ ୨୦ହଜାର ଆକ୍ରାନ୍ତ ମଧ୍ୟ ଚିହ୍ନଟ ହେଉଛନ୍ତି । ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି ଦେଶ । ବର୍ତ୍ତମାନ ସମୟ ଓ ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ନଭେମ୍ବର ୩୦ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ସମୟକୁ ବୃଦ୍ଧି କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଡ଼େଡ଼ଲାଇନ ମଧ୍ୟ ଘୁଞ୍ଚିଛି । ସମୟସୀମା ବୃଦ୍ଧି ନେଇ ଆୟକର ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.