fbpx

ଚାଇନାର ଗତିବିଧି ଉପରେ ନଜର ରଖିବା ପାଇଁ ଭାରତୀୟ ନୌସେନାରେ ସାମିଲ ହେବ ୨୭ଟି ଶକ୍ତିଶାଳୀ ବୁଡ଼ାଜାହାଜ

Advertisement

ଓଡିଶା ଭାସ୍କର; ଦେଶର ସାମରିକ କ୍ଷେତ୍ରକୁ ବହୁ ଗୁରୁତ୍ୱ ଦେଇଆସୁଛନ୍ତି ଭାରତ ସରକାର । ଜଳ, ସ୍ଥଳ ଓ ବାୟୁ ସୀମାରେ ଭାରତ ତା’ର ଶକ୍ତି ଓ ସାମର୍ଥ୍ୟ ବଢ଼ିବାରେ ଲାଗିଛି । ସେପଟେ ସୀମା ବିବାଦକୁ ନେଇ ଭାରତ ଓ ଚାଇନାର ସମ୍ପର୍କ ଖରାପ ହୋଇସାରିଛି । ହିନ୍ଦ ମହାସାଗରରେ ଚାଇନା ନିଜ ଶକ୍ତି ବଢାଇବାରେ ଲାଗିପଡିଥିବା ଜଣାପଡିଛି । ଯାହାକୁ ନେଇ ଭାରତ ବି ତା’ର ନୌସେନାର ସାମର୍ଥ୍ୟକୁ ଆହୁରି ଶକ୍ତିଶାଳୀ କରିବାକୁ ଯାଉଛି । କହିବାକୁ ଗଲେ ଆଗାମୀ ଦିନରେ ଭାରତୀୟ ନୌସେନା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନୌସେନା ଭାବେ ପରିଗଣିତ ହେବାକୁ ଯାଉଛି। ଭାରତୀୟ ନୌସେନାରେ ଖୁବ୍‌ ଶୀଘ୍ର ୨୭ଟି ଶକ୍ତିଶାଳୀ ବୁଡ଼ାଜାହାଜ ସାମିଲ ହେବାକୁ ଯାଉଛି। ଡ୍ରାଗନର ଏହି ରିସର୍ଚ୍ଚ ଜାହାଜ ‘ସି ୟାନ ୬’ କଲମ୍ବୋ ବନ୍ଦରରେ ପହଞ୍ଚି ସାରିଛି। ଚାଇନାର ଗତିବିଧି ଉପରେ ନଜର ରଖିବା ପାଇଁ ଏହି ବୁଡାଜାହଜ ମୁତୟନ କରାଯିବ ବୋଲି କୁହାଯାଉଛି ।

ସୂଚନା ଥାଉକି, ଏଥିରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ବୁଡ଼ାଜାହାଜ ଅନ୍ତର୍ଭୁକ୍ତ ରହିଛି । ଏହି ବୁଡ଼ାଜାହାଜଗୁଡ଼ିକ ପରମାଣୁ ଏବଂ ବାଲିଷ୍ଟିକ କ୍ଷେପଣାସ୍ତ୍ର ଭଳି ଘାତକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହେବ। ତେଣୁ ଏଗୁଡିକୁ ଷ୍ଟ୍ରାଟେଜିକ ଷ୍ଟ୍ରାଇକ ପରମାଣୁ ବୁଡାଜାହାଜ କୁହାଯିବ। ଆରିହାନ୍ତ କ୍ଲାସ ବାଲିଷ୍ଟିକ କ୍ଷେପଣାସ୍ତ୍ର ବୁଡ଼ାଜାହାଜ ଭାରତର ସର୍ବୋତ୍ତମ ବୁଡ଼ାଜାହାଜ ମଧ୍ୟରୁ ଅନ୍ୟତମ, ଏଥିରୁ ୪ଟି ବୁଡ଼ାଜାହାଜ ରହିବ। ସମ୍ପ୍ରତି ୨ଟି ସେବାରେ ଅଛି, ୧ଟି ନିର୍ମାଣଧୀନ ଥିବାବେଳେ ନିକଟରେ ଗୋଟିଏ ନିୟୋଜନ କରାଯାଇଛି।

Get real time updates directly on you device, subscribe now.