fbpx

ଓଟିପି ସେୟାର ମାମଲା : ଆସାମରୁ ଗିରଫ ହେଲା ପାକିସ୍ତାନକୁ ଓଟିପି ସେୟାର କରୁଥିବା ଯୁବକ

Advertisement

ଆସାମ : ପାକିସ୍ତାନକୁ ଓଟିପି ସେୟାର କରି ରୋଜଗାର କରୁଥିଲେ ଟଙ୍କା । ତେବେ ଏହି ଓଟିପି ସେୟାର ମାମଲାରେ ଆଉଜଣେ ଯୁବକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ । ଯୁବକ ଜଣକୁ ଆସାମର ନାଗାଓଁ କୋର୍ଟରେ ହାଜର କରି ୫ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ନିଆଯାଇଛି । ଇକବାଲର ଘର ଆସାମର ନାଗାଓଁରେ ।

 

ସେ ବହୁ ଦିନରୁ ବାଙ୍ଗାଲୋରରେ ରହୁଥିଲା । କିଛି ଦିନ ତଳେ ସେ ଘରକୁ ଫେରିଥିଲେ ଯାହା ଫଳରେ ସ୍ଥାନୀୟ ପୋଲିସ ସହାୟତାରେ ଏସଟିଏଫ ତାଙ୍କୁ ଘରୁ ଗିରଫ କରିଥିଲା । ତେବେ ଏହି ଯୁବକ ଜଣଙ୍କ ୩୭ ଟି ମୋବାଇଲ ଓ ୫ଶହ ସିମ ବ୍ୟବହାର କରିଥିବା ଜଣା ପଡିଛି । ୨ ବର୍ଷ ଏହି ଯୁବକ ଓଟିପି ସେୟାର କରି ମାସକୁ ୫୦ରୁ ୬୦ ହଜାର ଟଙ୍କା ରୋଜଗାର କରୁଥିଲା । ଏହାର ସୂଚନା ଦେଇଛନ୍ତି ଏସଟିଏଫ । ଏହି ମାମଲାରେ ଆଗରୁ ଦୁଇ ଜଣ ଗିରଫ ହୋଇ ସାରିଛନ୍ତି । କ୍ରାଇମବ୍ରଞ୍ଚର ଟିମ ଏହା ଉପରେ ତଦନ୍ତ କରୁଛି ।

Get real time updates directly on you device, subscribe now.