fbpx
BSKY
BJD SHG SKY
BJD YOUTH SKY

ଟି-୨୦ ବିଶ୍ୱକପ୍ ପାଇଁ ୧୬ରେ ଭାରତୀୟ ଦଳ ଘୋଷଣା ସମ୍ଭାବନା

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ ଟି-୨୦ ବିଶ୍ୱକପ୍। ଏହି ବିଶ୍ୱକପ୍ ପାଇଁ ଅନ୍ୟ କେତେକ ଦେଶ ସେମାନଙ୍କ ଦଳ ଘୋଷଣା କରିସାରିଥିବା ବେଳେ ଚଳିତ ସେପ୍ଟେମ୍ବର ମାସ ୧୬ ତାରିଖ ଦିନ ଭାରତୀୟ ଦଳ ଚୂଡ଼ାନ୍ତ କରାଯିବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଏଥିମଧ୍ୟରେ ଭାରତ ଏକାଧିକ ଦ୍ୱିାକ୍ଷିକ ସୀମିତ ଓଭର ସିରିଜ ଖେଳି ସାରିଥିବା ବେଳେ ଚୟନକର୍ତ୍ତାମାନେ ଦଳର ଗଠନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗତବର୍ଷ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ପ୍ରଦର୍ଶନ ଭଲ ନଥିଲା। କାରଣ ଗ୍ରୁପ ପର୍ଯ୍ୟାୟ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନଠାରୁ ହାରିବା ପରେ ଭାରତ ମୁସ୍କିଲ୍ ପରିସ୍ଥିତିରେ ପଡ଼ିଥିଲା।

ସେହିପରି ଶେଷ ଗ୍ରୁପ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହେବା ଯୋଗୁ ଆଉ ଆଗକୁ ବଢ଼ିାରି ନଥିଲା। ତେଣୁ ଚଳିତ ବର୍ଷର ଟି-୨୦ ବିଶ୍ୱକପ୍‌ରେ ଭାରତ କିରି ଭଲ ପ୍ରଦର୍ଶନ କରିବ ସେଥିାଇଁ ସଠିକ୍ ଦଳ ଚୟନ ଗୁରୁତ୍ୱୂର୍ଣ୍ଣ। ଗତବର୍ଷ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତର ପ୍ରଦର୍ଶନ ଅତି ଖରାପ ଥିଲା । ତେବେ ଚଳିତ ବର୍ଷ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେବେ । ଗତ ବିଶ୍ୱକପ୍‌ରେ ବିଫଳ ହୋଇଥିବା ଦଳର କେତେକ ଖେଳାଳି ବର୍ତ୍ତମାନ ଭଲ ଫର୍ମରେ ଅଛନ୍ତି । ତେବେ ସବୁ ଦୃଷ୍ଟିକୋଣରୁ ବିଚାର କରି ଏକ ସନ୍ତୁଳିତ ଦଳ ଗଠନ କରିବା ନେଇ ଭାରତୀୟ ଦଳ ମ୍ୟାନେଜ୍‌ମେଣ୍ଟ୍ ବିଚାର ବିମର୍ଷ ଜାରି ରଖିଛନ୍ତି ।

ଆହତଜନିତ ସମସ୍ୟାରେ ଥିବା ପ୍ରମୁଖ ପେସ୍ ବୋଲର୍ ଯଶପ୍ରୀତ ବୁମ୍‌ରା ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି । ତେଣୁ ସେ ବିଶ୍ୱକପ୍ ଦଳରେ ସ୍ଥାନ ପାଇବା ନିଶ୍ଚିତ ହୋଇଛି । ତେବେ ଗୁରୁତ୍ୱୂର୍ଣ୍ଣ ବିଷୟ ହେଲା ଯେ, ବିଶ୍ୱକପ୍ ପାଇଁ ଗଠିତ ଦଳ ଆସନ୍ତା ମାସରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଦୁଇ ପୃଥକ ଘରୋଇ ଟି-୨୦ ସିରିଜ ଖେଳିବା କାର୍ଯ୍ୟକ୍ରମ ରହିଛି । ବିଶ୍ୱକପ୍ ପାଇଁ ଭାରତୀୟ ଦଳ କେତେଦୂର ସମର୍ଥ ହେବେ ତାହା ଏହି ଦୁଇ ସିରିଜରେ ପ୍ରମାଣିତ ହେବ।

ସମ୍ଭାବ୍ୟ ଦଳ: ସ୍ପେଶାଲିଷ୍ଟ ବ୍ୟାଟର୍‌ (ରୋହିତ ଶର୍ମା, କେ.ଏଲ୍‌.ରାହୁଳ, ବିରାଟ କୋହଲି, (ସୂର୍ଯ୍ୟକୁମାର ଯାଦବ), ଅଲ୍‌ରାଉଣ୍ଡର୍‌/ମିଡିଲ ଅର୍ଡର-(ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଦା), ୱିକେଟ୍ କିପର୍‌/ଫିନିସର୍‌- (ଋଷଭ ପନ୍ତ,ଦୀନେଶ କାର୍ତ୍ତିକ), ସ୍ପିନର୍‌- (ଯୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ), ପେସ୍‌ ବୋଲର୍‌- (ଯଶପ୍ରୀତ ବୁମ୍‌ରା, ହର୍ସଲ ପଟେଲ, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ଅର୍ଶଦୀପ ସିଂ), ଷ୍ଟାଣ୍ଡବାଇ- (ସଞ୍ଜୁ ସାମ୍‌ସନ୍‌, ଅଭେଶ ଖାନ, ରବି ବିଷ୍ଣୋଇ, ଶ୍ରେୟସ ଆୟାର୍‌, ଦୀପକ ଚହର) ।

Get real time updates directly on you device, subscribe now.