fbpx

ମୁଣ୍ଡରେ ପଡିଲା ଚଡକ! ୬ ବର୍ଷ ସମ୍ପର୍କ ପରେ ପ୍ରେମିକ ବାହାରିଲା ଭାଇ

ନୂଆଦିଲ୍ଲୀ: ପ୍ରେମିକା ଥିଲା ନିଜ ଭାଇ । ଏଭଳି ଏକ ଅବିଶ୍ୱସନୀୟ ଘଟଣା ଘଟିଛି ଆମେରିକାରେ । ଏଠାରେ ଜଣେ ପୁଅ ଏବଂ ଝିଅ ୬ ବର୍ଷ ଧରି ସମ୍ପର୍କରେ ଥିଲେ, କିନ୍ତୁ ହଠାତ୍ ସେମାନେ ସାମ୍ନାକୁ ଏପରି ଏକ ସତ୍ୟ ଆସିଲା, ଯାହାକୁ ଶୁଣିବା ପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ବାସ୍ତବରେ, ଡିଏନ୍ଏ ଟେଷ୍ଟ ପରେ ଯୁବତୀ ଜଣକ ଜାଣିବାକୁ ପାଇଥିଲେ ଯେ ପ୍ରେମିକ ଜଣକ ତାଙ୍କର ନିଜ ଭାଇ ।

ଏନେଇ ଯୁବତୀ ଜଣକ ସୋସିଆଲ ମିଡିଆରେ ନିଜର ଅନୁଭୂତି ବାଣ୍ଟିଛନ୍ତି । ଜାତୀୟ ଗଣମାଧ୍ୟମରେପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ, ପ୍ରେମିକା ଜଣକ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ମୋର ବୟସ ୩୦ ବର୍ଷ । ମୁଁ ଜଣେ ୩୨ ବର୍ଷୀୟ ଯୁବକଙ୍କ ସହିତ ଦୀର୍ଘ ସମୟ ଧରି ସମ୍ପର୍କ ରଖିଥିଲି, କିନ୍ତୁ ନିକଟରେ ମୁଁ ଜାଣିବାକୁ ପାଇଲି ଯେ ଯେଉଁ ବ୍ୟକ୍ତିଙ୍କ ସହ ମୁଁ ସମ୍ପର୍କ ରଖିଥିଲି ସେ ମୋର ନିଜ ଭାଇ ଥିଲେ । ବର୍ତ୍ତମାନ ଏ ଖବର ଜାଣିବା ପରେ ମୁଁ ବହୁତ ଅଦ୍ଭୁତ ଅନୁଭବ କରୁଛି । ଯୁବତୀ ଜଣକ କହିଛନ୍ତି ଯେ ମୁଁ ମୋର ପିଲାଦିନରେ ପୋଷ୍ୟ ହୋଇଥିଲି । ଯଦିଓ ମୁଁ ୫-୬ ବର୍ଷ ପରେ ଏ ବିଷୟରେ ଜାଣିବାକୁ ପାଇଲି ।

ସେହିପରି ପ୍ରେମିକ ଯୁବକ ଜଣକକୁ ମଧ୍ୟ ପିଲାଦିନେ କେହି ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ଫଳରେ ସମାନେ ନିଜ ପ୍ରକୃତ ବାପା-ମା, ଭାଇ-ଭଉଣୀ ବିଷୟରେ କିଛି ଜାଣିନଥିଲେ । ସେଥିପାଇଁ ଦୁହେଁ ନିକଟତର ହୋଇଥିଲେ । ଯୁବତୀ ଜଣକ କହିଛନ୍ତି ଯେ, ଆମେ ଦୁହିଁଙ୍କର ଡିଏନ୍ଏ ଟେଷ୍ଟ କରିଥିଲୁ । ଡିଏନ୍ଏ ଟେଷ୍ଟରେ ସେ ଏବଂ ତାଙ୍କ ପ୍ରେମିକ ମଧ୍ୟରେ ଥିବା ପ୍ରକୃତ ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲେ । ଯାହାକୁ ଶୁଣିବା ପରେ ମୋ ପାଦ ତଳୁ ମାଟି ଖସିଯାଇଥିଲା । କିନ୍ତୁ ଏ ଖବର ମୁଁ ମୋର ପ୍ରେମିକଙ୍କୁ ଜଣାଇ ନାହିଁ । ସେ ତାଙ୍କୁ ଏ ବିଷୟରେ କିଛି କହିବାକୁ ମଧ୍ୟ ଚାହାନ୍ତି ନାହିଁ । ତାଙ୍କ ରିପୋର୍ଟ ଭୁଲ ହେଇଥାଉ ବୋଲି ପ୍ରାର୍ଥନା କରୁଛନ୍ତି । ଦୁହେଁ ଶୀଘ୍ର ପୁନର୍ବାର ପରୀକ୍ଷା କରିବାକୁ ଯିବେ ।

Get real time updates directly on you device, subscribe now.