fbpx
BSKY
BJD SHG SKY
BJD YOUTH SKY

କିଏ ନେବ ଦୀପକଙ୍କ ଜାଗା?: ଧୋନୀଙ୍କ ପାଇଁ ଅଡୁଆ ହେଲା ଚହରଙ୍କ ଆହତ ସମସ୍ୟା, ଖୋଜୁଛନ୍ତି ବିକଳ୍ପ

ନୂଆଦିଲ୍ଳୀ: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି IPLର ୧୫ତମ ସିଜନ । ପ୍ରଥମ ମ୍ୟାଚ କୋଲକାତା ଏବଂ ଚେନ୍ନାଇ ମଧ୍ୟରେ ଖେଳାଯିବ । କିନ୍ତୁ ଏହାପୂର୍ବରୁ ଚେନ୍ନାଇର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପାଇଁ ରହିଛି ଏକ ବଡ ସମସ୍ୟା । ଦଳର ଷ୍ଟାର ବୋଲର ଦୀପକ ଚହର ଆହତ ଜନିତ ସମସ୍ୟା କାରଣରୁ ଅଧିକାଂଶ ମ୍ୟାଚ ଖେଳି ପାରିବେ ନାହିଁ । ତେଣୁ ତାଙ୍କ ବିକଳ୍ପ ଏବେ ଧୋନୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ନୂଆ ବଲରେ ୱିକେଟ ନେଉଥିବା ଜଣେ ଦକ୍ଷ ବୋଲରଙ୍କ ଖୋଜରେ ରହିଛି ଚେନ୍ନାଇ ସୁପର କିଙ୍ଗସ ।

MS Dhoni delays return to Ranchi till all his CSK teammates depart | Sports News,The Indian Express

ଳିତ ମେଗା ଅକ୍ସନରେ ୧୪ କୋଟି ଟଙ୍କା ବିନିମୟରେ ଦୀପକ ଚହରଙ୍କୁ ଦଳରେ ସାମିଲ କରିଥିଲା ସିଏସକେ । କିନ୍ତୁ ଠିକ ପୂର୍ବରୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ଆହତ ହୋଇ ଦଳରୁ ବାଦ ପଡିଛନ୍ତି । ଏହାପରେ ଚେନ୍ନାଇ ପାଇଁ ବଢିଛି ଅଡୁଆ । ନୂଆ ବଲରେ ଘାତକ ବୋଲିଂ କରିବା ସହିତ ଡେଥ ଓଭରରେ ୟର୍କର ବୋଲିଂ କରିବାରେ ମାହିର ଦୀପକ ଚହରଙ୍କ ବିକଳ୍ପକୁ ନେଇ ଧୋନୀ ଅଙ୍କକଷା ଚଳାଇଛନ୍ତି । ତେବେ ଚହରଙ୍କ ସ୍ଥାନରେ କିଏ ଖେଳିବେ ସେ ନେଇ କିଛି ଜଣାପଡିନାହିଁ ।

Deepak Chahar to Liam Livingstone: 5 players who earned biggest pay rise at IPL mega auction, Sports News | wionews.com

ତେବେ ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ରହିଛନ୍ତି କିୱି ବୋଲର ଆଡାମ ମିଲନେ । ଦ୍ରୁତ ବୋଲିଂ ଏବଂ ୱିକେଟ ଅକ୍ତିଆର କରିବାର ଦକ୍ଷତା ତାଙ୍କୁ ଦଳରେ ସ୍ଥାନ ଦେଇପାରେ । ୯ ମ୍ୟାଚରେ ତାଙ୍କର ପ୍ରଦର୍ଶନ ବେଶୀ କାସ ରହି ନଥିଲେ ମଧ୍ୟ ଆନ୍ତର୍ଜାତୀୟ ମ୍ୟାଚରେ ସେ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । ତେଣୁ ସେ ବିକଳ୍ପ ଭାବରେ ତାଲିକାର ଶୀର୍ଷରେ ରହିଛନ୍ତି । ଏହାପରେ କ୍ରିସ ଜୋର୍ଡାନ ମଧ୍ୟ ଚଳିତ ସିଜନରେ ଚେନ୍ନାଇ ସହ ଯୋଡି ହୋଇଛନ୍ତି । ସେ ମଧ୍ୟ ଦଳ ପାଇଁ ଭରସାଯୋଗ୍ୟ ବିକଳ୍ପ ହୋଇ ପାରନ୍ତି । ନୂଆ ବଲରେ ସୁନ୍ଦର ପ୍ରଦର୍ଶନ କରିଥିବା ଜୋର୍ଡାନ କିନ୍ତୁ ଡେଥ ଓଭରରେ ଟିକେ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ସେପଟେ ଡେଭନ କନୱେ, ମୋଇନ ଅଲୀ ଏବଂ ଡ୍ୱେନ ବ୍ରାଭୋଙ୍କ ପରେ ଏହି ଦୁଇ ବିଦେଶୀ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ବାଚିପାରିବେ କ୍ୟାପଟେନ କୁଲ ମାହି ।

CSK Fans Army™ ?'s tweet - "Chris Jordan or Adam Milne, Who will you pick in playing XI? ? #WhistlePodu | #IPL2022 " - Trendsmap

ସେପଟେ ଦୀପକଙ୍କ ସ୍ଥାନରେ ଜଣେ ଭାରତୀୟ ବୋଲରଙ୍କୁ ମଧ୍ୟ ସୁଯୋଗ ଦେଇପାରନ୍ତି ଧୋନୀ । ନୂଆ କରି ଦଳ ସହ ଯୋଡି ହୋଇଥିବା ତୁଷାର ଦେଶପାଣ୍ଡେ, କେ.ଏମ ଆସିଫ ଏବଂ ରାଜବର୍ଦ୍ଧନ ହଙ୍ଗରଗେକରଙ୍କୁ ନେଇ ଦଳ ଖୁବ ଜୋରରେ ଅଭ୍ୟାସ କରାଉଥିବା ଦେଖିବାକୁ ମିଳିଛି । ତେଣୁ ଏହି ତିନି ଜଣଙ୍କ ମଧ୍ୟରୁ କେହି ଜଣେ ଦୀପକ ଚହରଙ୍କ ସ୍ଥାନ ନେଇପାରେ ବୋଲି ମଧ୍ୟ ଆଶା କରାଯାଉଛି । ସେହିପରି ଅଲରାଉଣ୍ଡର ଶିବମ ଦୁବେ ମଧ୍ୟ ଏହି ତାଲିକାରେ ରହିଛନ୍ତି । ଘାତକ ବୋଲିଂ ସହିତ ଦମଦାର ବ୍ୟାଟିଂ ମଧ୍ୟ କରିବାରେ ମାହିର ଦୁବେ । ତେଣୁ ଏତେ ବିକଳ୍ପ ମଧ୍ୟରୁ ଧୋନୀ କାହାକୁ ସ୍ଥାନ ଦେବେ ତାହା ଆଗକୁ ଜଣାପଡିବ ।

Get real time updates directly on you device, subscribe now.