fbpx

RJD ରେ ମିଶିଲା LJD; ୨୫ ବର୍ଷ ପରେ ଏକାଠି ହେଲେ ଲାଲୁ-ଶରଦ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବ ରବିବାର ତାଙ୍କର ଲୋକତାନ୍ତ୍ରିକ ଜନତା ଦଳ(ଏଲଜେଡି) କୁ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସହ ମିଶ୍ରଣ ନେଇ ଘୋଷଣା କରିଛନ୍ତି । ଦୁଇ ପାର୍ଟୀର ମିଶ୍ରଣ ଘୋଷଣା କରିବା ପରେ ଶରଦ ଯାଦବ କହିଛନ୍ତି ଯେ ଏହା ମିଳିତ ବିରୋଧୀ ଦଳ ଗଠନ ଦିଗରେ ପ୍ରଥମ ପଦକ୍ଷେପ । ବିଜେପିକୁ ହରାଇବା ପାଇଁ ପୂରା ଭାରତରେ ବିରୋଧୀଙ୍କୁ ଏକାଠି ହେବାକୁ ପଡ଼ିବ । ବର୍ତ୍ତମାନ ଏକୀକରଣ ହେଉଛି ଆମର ପ୍ରାଥମିକତା ।

ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟି ଠାରୁ ଜନତା ଦଳ ଅଲଗା ହେବା ପରେ ଶରଦ ଯାଦବ ୨୦୧୮ ରେ ଏଲଜେଡିର ଗଠନ କରିଥିଲେ । ଏଲଜେଡି ଆରମ୍ଭରୁ ନିର୍ବାଚନ ଲଢ଼ିନଥିବାବେଳେ ଏହାର ମୁଖ୍ୟ ଶରଦ ଯାଦବ ଆରଜେଡି ଟିକେଟରୁ ମାଧପୁରାରୁ ୨୦୧୯ ଲୋକସଭା ନିର୍ବାଚନରେ ହାରିଯାଇଥିଲେ ।

ଶରଦ ଯାଦବ ଅଟଳ ବିହାରୀ ବାଜପେୟୀ ସରକାର ସମୟରେ ଏନଡିଏରୁ କ୍ୟାବିନେଟ ମନ୍ତ୍ରୀ ଭାବରେ ରହିଥିଲେ । ତେବେ ପ୍ରାୟ ୨୫ ବର୍ଷ ପରେ ଲାଲୁ ପ୍ରସାଦ ଯାଦବ ଏବଂ ଶରଦ ଯାଦବ ଏକାଠି ହୋଇଛନ୍ତି । ୧୯୯୭ ରେ ଉଭୟ ଅଲଗା ହୋଇଥିଲେ ଏବଂ ଲାଲୁ ଯାଦବ ଆରଜେଡି ଗଠନ କରିଥିବାବେଳେ ଏବଂ ଶରଦ ଯାଦବ ନୀତିଶଙ୍କ ସହ ମିଶି ଜେଡିୟୁ ଗଠନ କରିଥିଲେ ।

ତେବେ ଏଲଜେଡି-ଆରଜେଡି ମିଶ୍ରଣ ପରେ ଜୁନ୍ ମାସରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଶରଦ ଯାଦବଙ୍କୁ ମନୋନୀତ କରିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.