fbpx
BSKY
BJD SHG SKY
BJD YOUTH SKY

ୟୁପି ଏମଏଲସି ନିର୍ବାଚନ: ୩୫ ଆଶାୟୀଙ୍କ ନାଁ ଘୋଷଣା କଲା ସମାଜବାଦୀ ପାର୍ଟୀ

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପରେ ଏବେ ବିଧାନ ପରିଷଦ ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି । ସମାଜବାଦୀ ପାର୍ଟୀ ବିଧାନ ପରିଷଦ ନିର୍ବାଚନ ପାଇଁ ୩୫ ସିଟରୁ ୩୩ ଆଶାୟୀଙ୍କ ନାମ ଘୋଷଣା କରିଛି ଏବଂ ଅନ୍ୟ ୨ ସିଟ ମେଣ୍ଟ ସହଯୋଗୀ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) କୁ ଦେଇଛି ।

ସପା ତରଫରୁ ଜାରି କରାଯାଇଥିବା ଆଶାୟୀ ଲିଷ୍ଟରେ ପ୍ରଥମ ପର୍ଯ୍ୟାୟରେ ୨୯ ଆଶାୟୀଙ୍କ ନାମ ରହିଛି । ପ୍ରଥମ ପର୍ଯ୍ୟାୟରେ ବୁଲନ୍ଦସହର ଏବଂ ମେରଠ-ଗାଜିଆବାଦ ସିଟ ସପା ମେଣ୍ଟ ସହଯୋଗୀ ଆରଏଲଡିକୁ ଦେଇଛି । ପାର୍ଟୀ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୬ ଆଶାୟୀଙ୍କ ନାଁ ଘୋଷଣା କରିଛି । ସପା ତରଫରୁ ରାଜ୍ୟ ଅଧ୍ୟକ୍ଷ ନରେଶ ଉତ୍ତମ ପଟେଲ ବିଧାନ ପରିଷଦ ନିର୍ବାଚନ ପାଇଁ ଆଶାୟୀ ଲିଷ୍ଟ ଜାରି କରିଛନ୍ତି ।

ୟୁପିର ଉଚ୍ଚ ସଦନ ଅର୍ଥାତ୍ ବିଧାନ ପରିଷଦରେ ସପା ସବୁଠୁ ବଡ଼ ପାର୍ଟୀ ଭାବେ ରହିଛି । ବର୍ତ୍ତମାନ ୧୦୦ ସଦସ୍ୟ ଥିବା ବିଧାନ ପରିଷଦରେ ସପାର ୪୮ ସଦସ୍ୟ ଅଛନ୍ତି । ବିଜେପି ୩୬ ସଦସ୍ୟ ସହ ଉଚ୍ଚ ସଦନରେ ଦ୍ୱିତୀୟ ସବୁଠୁ ବଡ଼ ପାର୍ଟୀ ଭାବରେ ରହିଛି ।

ବିଧାନ ପରିଷଦ ସିଟ୍ ପାଇଁ ମତଦାନ ପ୍ରକ୍ରିୟା ୯ ଏପ୍ରିଲରେ ଶେଷ ହେବ । ନିର୍ବାଚନ ଫଳାଫଳ ୧୨ ଏପ୍ରିଲରେ ଘୋଷଣା ହେବ । ଏମଏଲସି ନିର୍ବାଚନ କାର୍ଯ୍ୟକ୍ରମ ୟୁପି ବିଧାନସଭା ନିର୍ବାଚନର ଶେଷ ଦୁଇ ପର୍ଯ୍ୟାୟ ସମୟରେ ଅସୁବିଧା କରୁଥିଲା ଏହାପରେ ପରେ ନିର୍ବାଚନ ଆୟୋଗଙ୍କ ରାଜନୈତିକ ଦଳଙ୍କ ସହମତି ପରେ ଏମଏଲସି ନିର୍ବାଚପନକୁ ସ୍ଥଗିତ ରଖିଥିଲେ ।

 

Get real time updates directly on you device, subscribe now.