fbpx

ବଚସାକୁ ନେଇ ରାଜଧାନୀରେ ଫୁଟିଲା ଗୁଳି: ୫ ଜଣଙ୍କୁ ଅଟକ ରଖିଲା ପୋଲିସ୍

ଭୁବନେଶ୍ୱର: କାର୍ ମରାମତିକୁ ନେଇ ବଚସା ପରେ ଗୁଳିମାଡ଼ରେ ୨ ଆହତ । ଏହି ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ତମାଣ୍ଡୋ ଅଞ୍ଚଳରେ । ବଚସାକୁ ନେଇ ୪ ରାଉଣ୍ଡ ଗୁଳିମାଡ଼ କରିଛନ୍ତି ଦୁର୍ବୁତ୍ତ ।

ସୂଚନା ଅନୁଯାୟୀ, ତମାଣ୍ଡୋରେ ଗୋଟିଏ କାର୍ ଗ୍ୟାରେଜରେ ୪ ରାଉଣ୍ଡ ଗୁଳିମାଡ଼ ହୋଇଛି । ଘଟଣାସ୍ଥଳରୁ ୨ଟି କାର୍ ଓ ବନ୍ଧୁକ ଜବତ ହୋଇଥିବା ବେଳେ ୫ ଜଣକୁ ଗିରଫ କରିଛି କମିଶନରେଟ୍ ପୋଲିସ । ୫ ଜଣକ ନାଁରେ ପୂର୍ବରୁ ବିଭିନ୍ନ ଅପରାଧିକ ମାମଲା ରହିଥିବା ନେଇ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ଶନିବାର ଏହି ଭଳି ଭାବରେ ଭୁବନେଶ୍ୱର କାର୍ଗିଲ ବସ୍ତିରେ ଜଣେ ଗ୍ୟାରେଜ୍ ମାଲିକ ଏବଂ ତାଙ୍କ ସହଯୋଗୀଙ୍କ ଉପରକୁ ଆକ୍ରମଣ କରିଥିଲେ ଦୁର୍ବୁତ୍ତ । ଏଥିରେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଗ୍ୟାରେଜ ମାଲିକ ।

Get real time updates directly on you device, subscribe now.