fbpx

କର୍ଣ୍ଣାଟକରେ ମନ୍ଦିରରେ ଟିକସ ଲଗାଇବା ପ୍ରସଙ୍ଗ; ବିଧାନ ପରିଷଦରେ ଖାରଜ ହେଲା ବିଲ୍

ବେଙ୍ଗାଲୁର: କର୍ଣ୍ଣାଟକରେ ବାର୍ଷିକ ୧ କୋଟିରୁ ଅଧିକ ଆୟ କରୁଥିବା ମନ୍ଦିରଗୁଡ଼ିକର ଆୟ ଉପରେ ୧୦ ପ୍ରତିଶତ ଟିକସ ଲଗାଇବା ବିଲ୍ ବିଧାନ ପରିଷଦରେ ଖାରଜ ହୋଇଛି। ଦୁଇ ଦିନ ତଳେ ରାଜ୍ୟ ବିଧାନସଭାରେ ଏହି ବିଲ୍ ପାରିତ ହୋଇଥିଲା। ଏହି ବିଲକୁ ନେଇ କର୍ଣ୍ଣାଟକରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। କର୍ଣ୍ଣାଟକର କଂଗ୍ରେସ ସରକାର ହିନ୍ଦୀ ବିରୋଧୀ ଏବଂ ରାଜ୍ୟରେ ହିନ୍ଦୁ ବିରୋଧୀ ନୀତି ଲାଗୁ କରୁଛି ବୋଲି ବିଜେପି ଅଭିଯୋଗ କରିଥିଲା।

କଂଗ୍ରେସ ବିଧାନ ପରିଷଦରେ ଶାସକ କଂଗ୍ରେସ ତୁଳନାରେ ଏନଡିଏ ଅର୍ଥାତ୍ ବିଜେପି ମେଣ୍ଟର ଶକ୍ତି ଅଧିକ ରହିଛି। କଂଗ୍ରେସର ୩୦ ଜଣ ବିଧାୟକ ଥିବା ବେଳେ ବିଜେପିର ୩୫ ଜଣ ବିଧାୟକ ଥିବା ବେଳେ ବିଜେପିର ମେଣ୍ଟ ସହଯୋଗୀ ଜେଡିଏସର ୮ ଜଣ ବିଧାୟକ ଅଛନ୍ତି। ‘କର୍ଣ୍ଣାଟକ ହିନ୍ଦୁ ଧାର୍ମିକ ଅନୁଷ୍ଠାନ ଏବଂ ଚାରିଟେବଲ୍ ଏଣ୍ଡୋମେଣ୍ଟସ୍ ସଂଶୋଧନ ବିଲ୍, ୨୦୨୪’ ଆଇନ ଅନୁଯାୟୀ ସରକାର ବାର୍ଷିକ ଏକ କୋଟିରୁ ଅଧିକ ଆୟ କରୁଥିବା ମନ୍ଦିରଗୁଡ଼ିକର ଆୟ ଉପରେ ୧୦ ପ୍ରତିଶତ ଟିକସ ଆଦାୟ କରିପାରିବେ ଏବଂ ଏକ କୋଟିରୁ ଅଧିକ ଆୟ କରୁଥିବା ମନ୍ଦିରଉପରେ ୫ ପ୍ରତିଶତ ଟିକସ ଆଦାୟ କରାଯିବ।

ଏହି ବିଲ୍ ପରେ କଂଗ୍ରେସ ହିନ୍ଦୁ ବିରୋଧୀ ବୋଲି ବିଜେପି ଅଭିଯୋଗ କରିଥିବା ବେଳେ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସ କହିଛି ଯେ ଏହି ଆଇନ ପ୍ରଥମେ ୨୦୦୩ରେ ଅଣାଯାଇଥିଲା। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ କହିଛନ୍ତି ଯେ, “ବିଜେପି ଏ ନେଇ ଭୁଲ ତଥ୍ୟ ପ୍ରଚାର କରୁଛି। କ୍ଷୁଦ୍ର ମନ୍ଦିରଗୁଡ଼ିକୁ ସାହାଯ୍ୟ କରିବା ପାଇଁ ସରକାର ଏହି ବିଲ୍ ଆଣୁଛନ୍ତି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ ଧାର୍ମିକ ଆଧାରରେ ଲୋକଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିବା ପାଇଁ ଏହି ବିଲ୍ ବିଷୟରେ ଭୁଲ ତଥ୍ୟ ପ୍ରଚାର କରାଯାଉଛି।”

Get real time updates directly on you device, subscribe now.