fbpx

ବିହାରରେ ତିଆରି ହେଉଛି ଦେଶର ସବୁଠାରୁ ବଡ଼ ପରୀକ୍ଷା ହଲ, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ

ପାଟଣା: ବିହାର ରାଜଧାନୀ ପାଟଣାର କୁମହରାର୍ ଠାରେ ବିହାର ବୋର୍ଡର ଏକ ହଲ ତିଆରି କରାଯାଉଛି । ଏହି ନିର୍ମାଣ କାର୍ଯ୍ୟ ୧୮ମାସ ଧରି ଚାଲିବ । ତେବେ ଏହି ହଲରେ ୨୦ ହଜାର ଅନ ଲାଇନ ଏବଂ ୫ହଜାର ଆଫ ଲାଇନ ପରୀକ୍ଷାର୍ଥୀ ଏକ ସାଙ୍ଗରେ ପରୀକ୍ଷା ଦେଇପାରିବେ । ଦାବି କରାଯାଉଛି ଯେ, ଏହା ଦେଶର ସର୍ବବୃହତ୍ତ ପରୀକ୍ଷାଗାର ହେବ । ଯେଉଁଠାରେ ୨୫ ହଜାର ପରୀକ୍ଷାର୍ଥୀ ଏକସାଙ୍ଗରେ ପରୀକ୍ଷା ଦେଇପାରିବେ ।

ସୂଚନା ଅନୁସାରେ, ଏହି ପରୀକ୍ଷା ହଲ ତିଆରି ହେବା ପାଇଁ ୧୮ ମାସ ସମୟ ଲାଗିବ । ଏଥିରେ ୩ଟି ବ୍ଲକରୁ ୨ବ୍ଲକ୍ ସଂପୂର୍ଣ୍ଣ ତିଆରି ହୋଇ ଜୁନ ମାସ ସୁଦ୍ଧା ଶେଷ ହୋଇଯିବ । ତେବେ ଏହି ଭବନକୁ ଏ,ବି, ସି ତିନୋଟି ବ୍ଲକରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ପରୀକ୍ଷା ରୁମ୍ କୁ ଅତ୍ୟାଧୁନିକ ରୂପରେ ତିଆରି କରାଯାଉଛି । ଏହି ୧ଟି ରୁମରେ ଏକସାଥୀରେ ୨୭୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ପାରିବେ ।

ଏହି ଭବନ ବିହାର ସରକାରଙ୍କ ଭବନ ନିର୍ମାଣ ବିଭାଗ ଦ୍ୱାରା ତିଆରି କରାଯାଉଛି । ଏହି ନିର୍ମାଣ କାର୍ଯ୍ୟ ପାଇଁ ୨୬୧,୧୦୭୧,୬୫୩,୦୦ ଟଙ୍କା ଖର୍ଚ୍ଚ ହେବ ବୋଲି ଚିଠା ପ୍ରସ୍ତୁତ ହୋଇଛି । ଏଥିରେ ବିଲ୍ଟ ଅପ ଏରିୟା ୫୪,୯୯୪ ସ୍କୋୟାର ମିଟର ରହିଛି । ଏହା ବିହାର ବୋର୍ଡ ଅଧୀନରେ ରହିବ । ତେବେ ଏହି ବିଲ୍ଡିଂ ସଂପୂର୍ଣ୍ଣ ତିଆରି ହେବା ପରେ ଦେଶର ସବୁଠାରୁ ବଡ଼ ପରୀକ୍ଷା କେନ୍ଦ୍ର ଭାବେ ପରିଚୟ ପାଇବ ।

Get real time updates directly on you device, subscribe now.