fbpx

କାଲି ଶେଷ ପର୍ଯ୍ୟାୟ ମତଦାନ; ଗାଁ ମୁହାଁ ୬ ଜିଲ୍ଲାର ଭୋଟର, ଭୁବନେଶ୍ୱର-କଟକ ବସଷ୍ଟାଣ୍ଡରେ ପ୍ରବଳ ଭିଡ଼

Advertisement

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆସନ୍ତାକାଲି ଶେଷ ପର୍ଯ୍ୟାୟ ମତଦାନ । ଦେଶର ୫୭ ଆସନ ପାଇଁ ହେବ ଭୋଟ । ରାଜ୍ୟରେ ୬ ଲୋକସଭା ଓ ୪୨ ବିଧାନସଭା ପାଇଁ ହେବ ମତଦାନ । ପ୍ରଚାର ଶେଷ ହେବା ସହ ମତଦାନ ପାଇଁ ଆରମ୍ଭ ହୋଇଯାଇଛି କାଉଂଟଡାଉନ । ଶେଷ ପର୍ଯ୍ୟାୟରେ ହେବାକୁ ଥିବା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଲୋକସଭା ଓ ୪୨ଟି ବିଧାନସଭା ଆସନରେ ନେତା ବାଛିବେ ଭୋଟର । ମତାଧିକାର ସାବ୍ୟସ୍ତ କରି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୯ ଲକ୍ଷ ୬୧ ହଜାର ୪୬୦ ଭୋଟର ।

ଏହାରି ଭାତରେ ଜନ୍ମଭୂମିକୁ ଫେରୁଛନ୍ତି ସହହରେ ରହୁଥିବା ଲୋକ । ବସଷ୍ଟାଣ୍ଡ-ରେଲ୍ୱେ ଷ୍ଟେସନରେ ପ୍ରବଳ ଭିଡ଼ । ସବୁଠୁ ବଡ଼ କଥା ହେଉଛି ଏତେ ଅସୁବିଧାରେ ବି ସମସ୍ତଙ୍କ ମନରେ ଉତ୍କଣ୍ଠା । ଭୋଟ ଦେବେ ଆଉ ସେମାନଙ୍କର ମନ ପସନ୍ଦର ନୂଆ ନେତା ବାଛିବେ । ସେପଟେ ସରିଛି ନିର୍ବାଚନ ପ୍ରଚାର । ନିର୍ବାଚନ କମିସନଙ୍କ ନିୟମ ଅନୁସାରେ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା ପ୍ରଚାର ଗତକାଲି ସନ୍ଧ୍ୟାରୁ ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି । ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ସହ ଶେଷ ହୋଇଛି ନିର୍ବାଚନ ପାଇଁ ପ୍ରଚାର ।

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରଭାବ ଜାରି ରହିଥିବା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ତଥାପି ଭୋଟର ମାନେ ଭୋଟ୍ ଦେବାକୁ ସକାଳୁ ସକାଳୁ ବସଷ୍ଟାଣ୍ଡ-ରେଲ୍ୱେ ଷ୍ଟେସନରେ ପହଞ୍ଚି ଥିଲେ । ହେଲେ ୬ ଜିଲ୍ଲାର ଏତେ ସଂଖ୍ୟକ ଲୋକ ଯିବା ପାଇଁ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଅନେକ ଯାତ୍ରୀ ଏଭଛି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଯେ ପଛକେ ଆମେ ଛିଡ଼ା ହୋଇ ଯିବୁ କିନ୍ତୁ ଭୋଟ୍ ଦେବୁ ।

Get real time updates directly on you device, subscribe now.