କିଟ୍ ଛାତ୍ରୀ ଆତ୍ମହତ୍ୟା ଘଟଣା, ଶବ ନେପାଳ ନେବାକୁ ମନାକଲେ ପରିବାର ଲୋକେ

ପୁରୀ ସ୍ୱର୍ଗଦ୍ୱାରରେ ହେବ କିଟ୍ ନେପାଳୀ ଛାତ୍ରୀ ପ୍ରୀଶାଙ୍କ ଶେଷକୃତ୍ୟ।

ଭୁବନେଶ୍ୱର: କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା। ଝିଅକୁ ନେପାଳ ନେବାକୁ ମନାକଲେ ପରିବାର ଲୋକ। ନେପାଳୀ ଛାତ୍ରୀ ପ୍ରୀଶା ଶାହଙ୍କ ମୃତ୍ୟୁ ଘଟଣା ଜଣାପଡିବାର ୩ ରୁ ୪ ଦିନ ହୋଇଗଲାଣି। ହେଲେ ଏବେଯାଏଁ ପୋଷ୍ଟମର୍ଟମ ହୋଇନଥିଲା।

ଗତକାଲି ପ୍ରୀଶାଙ୍କ ପରିବାର ଲୋକ ଭୁବନେଶ୍ୱରରେ ପହଞ୍ଚିବା ପରେ ଆଜି ଏମ୍ସରେ ପୋଷ୍ଟମର୍ଟମ ପ୍ରକ୍ରିୟା ଆରମ୍ଭ ହୋଇଛି। ପରିବାର ଲୋକଙ୍କ ଉପସ୍ଥିତିରେ ପ୍ରିଶାଙ୍କ ପୋଷ୍ଟମର୍ଟମ ହେଉଛି।

ଆଉ ପୋଷ୍ଟମର୍ଟମ ସରିବା ପରେ ଶବ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ। ଆଉ ଯେହେତୁ ପରିବାର ଲୋକ ଝିଅର ଶବ ନେପାଳ ନେବାକୁ ମନାକଲେ, ତେଣୁ ପ୍ରୀଶାଙ୍କ ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ ହେବ ବୋଲି ସୂଚନା ମିଳିଛି।