ବାରିପଦା,୧୭ା୩: ମୟୂରଭଞ୍ଜ ଜିଲା ବାରିପଦାରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି । ସଡ଼କ ଦୁର୍ଘଟଣାରେ ବାଙ୍ଗିରପୋଷି ଘାଟି ଏନ୍ଏଚ୍ ୪୯ରେ ବୁଲେଟରେ ବହଳଦାରୁ ବାରିପଦା ଫେରୁଥିବା ବେଳେ ଏକ ଅଜଣାଗାଡ଼ି ଉଭୟଙ୍କୁ ଧକ୍କା ଦେଇଥିଲା । ଫଳରେ ବାପ-ପୁଅଙ୍କ ଜୀବନ ଚାଲିଯାଇଛି ।
ସୂଚନାଯୋଗ୍ୟ, ବହଳଦା ଥାନା ଖେଜୁରିତାଣ୍ଡି ସୋସୋ ଗ୍ରାମର ଏମଡି ଲୁକେମାନ ଓ ପୁଅ ଏସକେ ସାହିଲ ନିଜ ବୁଲେଟ ନଂ ଓଡି୧୧ପି ୬୨୩୨ ଯୋଗେ ବାରିପଦା ଆସୁଥିଲେ। ବାପ ଓ ପୁଅଙ୍କ ମୁଣ୍ଡ ଉପରେ ଅଜଣା ଟ୍ରକ ମାଡ଼ିଯିବାରୁ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି। ବାରିପଦାରୁ ପରିବାର ଲୋକେ ଆସି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଛନ୍ତି। ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।