fbpx
BJD SKY
BJD SKY

ଲିଙ୍ଗରାଜରେ ମନ୍ଦିରରେ ଉଠିଲା ମହାଦୀପ: କୋଭିଡ କଟକଣା ମଧ୍ୟରେ ଯଥାରୀତି ଅନୁଷ୍ଠିତ ହେଲା ଜାଗର ପର୍ବ

BJD

ଭୁବନେଶ୍ୱର: ଶେଷ ହୋଇଛି ଦେବ ଦେବ ମହାଦେବଙ୍କ ମହାପର୍ବ ଜାଗର । କରୋନା କଟକଣା ଅନୁଯାୟୀ ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଛି । ନୀତି ନିୟମ ଅନୁସାରେ ରାତ୍ର ୧୦.୨୦ଘଟିକା ସମୟରେ ସେବାୟତ ମାନେ ମହାଦୀପ ନେଇ ମନ୍ଦିରର ଚୂଡରେ ପହଞ୍ଚି ମହାଦୀପକୁ ସ୍ଥାପନା କରିଛନ୍ତି ।

କରୋନାକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସରକାରଙ୍କ କଟକଣାକୁ ମାନି ଲିଙ୍ଗରାଜ ମନ୍ଦିରରେ ଶିବରାତ୍ରି ପାଳନ ହୋଇଯାଇଛି । ମହାଜାଗର ପର୍ବରେ ସାଧାରଣ ଦର୍ଶନ ପାଇଁ ଅନୁମତି ମିଳିଥିଲେ ମଧ୍ୟ ପୂଜାକୁ ବାରଣ କରାଯାଇଥିଲା । ତେବେ ସମସ୍ତ କଟକଣାକୁ ପାଳନ କରି ମନ୍ଦିରରେ ଶେଷ ହୋଇଛି ମହାଶିବରାତ୍ରି । ରାତି ୧୦.୨୦ଟା ସମୟରେ ମହାଦୀପ ଉଠିଛି । ମହାଦୀପ ଉଠିବାର ସମୟ ୧୦ଘଟିକା ନିର୍ଣ୍ଣୟ କରାଯାଇଥିବା ବେଳେ ୨ ମିନିଟ ବିଳମ୍ବ ଘଟିଛି । ତେବେ ସୁରୁଖୁରୁରେ ଏବଂ ଶାନ୍ତି ଶୃଙ୍ଖଳାରେ ମହାଜାଗର ପର୍ବ ସମାପନ କରିବାରେ ଦସାହାଯ୍ୟ କରିଥିବାରୁ ଶ୍ରଦ୍ଧାଳୁମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ମନ୍ଦିରର ସେବାୟତ ଏବଂ କର୍ମକର୍ତ୍ତା ।

Get real time updates directly on you device, subscribe now.