fbpx
BJD SKY
BJD SKY

JEE Main ୨୦୨୨: ଘୋଷଣା ହେଲା ପରୀକ୍ଷା ତାରିଖ, ଜାଣନ୍ତୁ ପଞ୍ଜୀକରଣ ପ୍ରକ୍ରିୟା

BJD

ନୂଆଦିଲ୍ଲୀ: ଚଳିତ ବର୍ଷ ପାଇଁ ଆରମ୍ଭ ହୋଇଯାଇଛି ପଞ୍ଜୀକରଣ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ମଙ୍ଗଳବାର ଏହି ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଏନଟିଏର ଆଧିକାରିକ ୱେବସାଇଟକୁ ଯାଇ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ହାସଲ କରି ହେବ । ଏହି ଲିଙ୍କରେ http://jeemain.nta.nic.in କ୍ଲିକ୍ କରି ଆପଣ ଜେଇଇ ୱେବସାଇଟକୁ ଯାଇ ପାରିବେ । ଆସନ୍ତା ଏପ୍ରିଲରୁ ପ୍ରଥମ ଚରଣର ପରୀକ୍ଷା ହେବାକୁ ଥିବା ବେଳେ ଏହା ଏପ୍ରିଲ ୧୬-୨୧ ମଧ୍ୟରେ ଅନୁଷ୍ଠିତ ହେବ । ୨୪ ମେ ରୁ ୨୯ ମେ ମଧ୍ୟରେ ପରୀକ୍ଷାର ଦ୍ୱିତୀୟ ଚରଣ ଆୟୋଜିତ ହେବ ।

ଜେଇଇ ପରୀକ୍ଷା ସୂଚୀ ଘୋଷଣା କରିବା ସହିତ ପଞ୍ଜୀକରଣ ମଧ୍ୟ ଆରମ୍ଭ କରାଯାଇଛି । ମାର୍ଚ୍ଚ ୧ ତାରିଖରୁ ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ http://jeemain.nta.nic.inରେ କ୍ଲିକ୍ କରି ଅନଲାଇନରେ ପଞ୍ଜୀକରଣ କରି ହେବ । ୫ ମାର୍ଚ୍ଚରୁ ମୂଲ୍ୟାଙ୍କମନ ଆରମ୍ଭ ହେବା ସହିତ ଏପ୍ରିଲ ମାସରେ ଫଳାଫଳ ପ୍ରକାଶ ପାଇବ ।

Get real time updates directly on you device, subscribe now.