fbpx

ଥାନା ସାମନାରେ ନିଜକୁ ଜାଳି ଦେଇଥିବା ଯୁବକଙ୍କର ମୃତ୍ୟୁ

କଟକ: ଥାନା ସାମ୍ନାରେ ନିଜକୁ ଜାଳି ଦେଇଥିବା ଯୁବକଙ୍କର ଆଜି ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି । କଟକର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ତେବେ ପୋଲିସ ମୃତ ଯୁବକଙ୍କର ପରିଚୟ ପାଇଛି । ଇଷାଣୀ ବରମପୁରର ଗୁଣନିଧୀ ବିଶୋୟୀ ବୋଲି ଜଣାପଡିଛି । ନ୍ୟାୟ ଦାବିରେ ଗୁଣନିଧୀ ଆତ୍ମାହୁତି ଦେଇଥିବା କହିଛି ପୋଲିସ ।

ସୂଚନା ଅନୁସାରେ ଇଷାଣୀ ବରମପୁରର ଗୁଣନିଧୀ ବିଶୋୟୀ ଗତକାଲି କିଶନନଗର ଥାନା ସାମନାରେ ନିଜକୁ ଜଳାଇ ଆତ୍ମାହୁତି ପାଇଁ ଉଦ୍ୟମ କରିଥିଲେ । ତେବେ ତାଙ୍କୁ ଉଚିତ ସମୟରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁଣନିଧୀ ପ୍ରାଣ ହରାଇଛନ୍ତି । ତେବେ କୌଣସି ଏକ ଜମିବାଡି ବିବାଦରେ ନ୍ୟାୟ ପାଇବା ପାଇଁ ଦାବି କରି ଏମିତି କାଣ୍ଡ ଘଟାଇଥିଲେ ଗୁଣନିଧୀ ।

Get real time updates directly on you device, subscribe now.