ମଧ୍ୟପ୍ରଦେଶର ଗ୍ୱାଲିୟରରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ସହିତ ଅମାନବୀୟ ବ୍ୟବହାର ଏବଂ ଅପ୍ରାକୃତିକ ସେକ୍ସ ମାମଲା ସାମ୍ନାକୁ ଆସିଛି । ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କ ସହିତ ଅପ୍ରାକୃତିକ ସେକ୍ସ କରନ୍ତି, ଏବଂ ଯେତେବେଳେ ସେ ଏହାର ବିରୋଧ କରନ୍ତି ତାଙ୍କୁ ଅମନାବୀୟ ଭାବରେ ମାଡ଼ ମାରନ୍ତି । ଖାଲି ଏତିକି ନୁହେଁ ଏହାର ବିରୋଧ କରିବାରୁ ବ୍ୟକ୍ତି ଜଣକ ତାଙ୍କୁ କରେଣ୍ଟ ଲଗାଇ ଅତ୍ୟାଚାର କରନ୍ତି ବୋଲି ସେ କହିଛନ୍ତି । ମହିଳାଙ୍କ ବିରୋଧକୁ ଆଧାର କରି ପୋଲିସ ଏକ ଅପ୍ରାକୃତିକ ଯୌନ ସମ୍ପର୍କ ମାମଲା ଦାଖଲ କରି ଏହି ବିଷୟରେ ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ମୁରେନା ଜିଲ୍ଲାର ୨୬ ବର୍ଷୀୟ ମହିଳାଙ୍କ ବିବାହ ୨୦୨୧୨ ମସିହାରେ ଗ୍ୱାଲିୟରର ବଡ଼ଗାଓଁର ଇକବାଲଙ୍କ ସହିତ ହୋଇଥିଲା । ମହିଳା ଜଣଙ୍କ ପୋଲିସକୁ କହିଛନ୍ତି ଯେ ସେ ଯେବେଠୁ ତାଙ୍କ ଶଶୁର ଘରକୁ ଆସିଛନ୍ତି, ସେବେଠୁ ସେ ତାଙ୍କ ସ୍ୱାମୀଙ୍କର ଅତ୍ୟାଚାର ସହୁଛନ୍ତି । ମହିଳା ଜଣକ କହିବା ମୁତାବକ ତାଙ୍କ ସ୍ୱାମୀ ବିବାହ ପରଠୁ ହିଁ ଏଭଳି ଅପ୍ରାକୃତିକ ସେକ୍ସ ପାଇଁ ଚାପ ପକାଇ ଆସୁଥିଲେ । ଏଥିରେ ସେ ବିରୋଧ କଲେ ତାଙ୍କୁ ପଶୁ ପରି ମାଡ଼ ମାରୁଥିଲେ । ଏଭଳି ଅତ୍ୟାଚାର ସେ ଗଲା ଏକ ବର୍ଷ ଧରି ସହି ଆସୁଥିବା ଅଭିଯୋଗ କରିଛନ୍ତି ।
ମହିଳା ଜଣକ ଏଭଳି ଅତ୍ୟାଚାରରେ ଅତିଷ୍ଠ ହୋଇ ଏହି କଥା ତାଙ୍କ ମାଙ୍କୁ କହିଥିଲେ । ଏହି ଖବର ଜାଣିବା ପରେ ତାଙ୍କ ସ୍ୱାମୀ ଅତ୍ୟାଚାରର ସମସ୍ତ ସୀମା ପାର କରି ଯାଇଥିଲେ । ଏବଂ ତାଙ୍କୁ କରେଣ୍ଟ ଲଗାଇ ଦେଇଥିଲେ । ମହିଳା ଜଣକ କହିଛନ୍ତି ଯେ ତାଙ୍କ ସ୍ୱାମୀ ଅପ୍ରାକୃତିକ ସେକ୍ସ କରିବାରେ ଅଭ୍ୟସ୍ତ । ପିଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ଏକ ଅପ୍ରାକୃତିକ ଯୌନ ସମ୍ପର୍କ ମାମଲା ଦାଖଲ କରିଛି । ଥାନାଧିକାରୀ କହିଛନ୍ତି ଯେ ମାମଲା ଦାଖଲ ପରେ ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଛନ୍ତି ।