BREAKING: ଶ୍ରୀମନ୍ଦିର ଉପରକୁ ଚଢ଼ୁଥିଲେ ବ୍ୟକ୍ତି, ଧରିଲା ପୋଲିସ

ବେହରଣ ଦ୍ୱାର ଦେଇ ୭ ଫୁଟ୍ ଉପରକୁ ଚଢ଼ି ଯାଇଥିଲେ।

ପୁରୀ: ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ କରୁଥିଲେ ଉଦ୍ୟମ। ବ୍ୟକ୍ତିଙ୍କୁ ଧରିଲା ଜେଟିପି।

ବେହରଣ ଦ୍ୱାର ଦେଇ ୭ ଫୁଟ୍ ଉପରକୁ ଚଢ଼ି ଯାଇଥିଲେ। ବ୍ୟକ୍ତି ଜଣଙ୍କ ବିହାର ଅଞ୍ଚଳର ହୋଇଥିବା ସୂଚନା ରହିଛି।

ବ୍ୟକ୍ତିଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖାଯାଇ କରାଯାଉଛି ପଚରାଉଚରା।

କାହା ଇସାରାରେ ଚଢ଼ୁଥିଲେ ଶ୍ରୀମନ୍ଦିର ସେନେଇ ବ୍ୟକ୍ତିଙ୍କୁ ପୋଲିସ କରୁଛି ପଚରାଉଚରା।

ସେପଟେ ବିହାରରୁ ଆସି ଏଭଳି ସାହାସ ବ୍ୟକ୍ତି କିପରି କଲେ ସାଧାରଣରେ ପ୍ରଶ୍ନ ସୃଷ୍ଟି କରୁଛି।