fbpx

ଗରିବଙ୍କ ପାଇଁ ଖୁସିଖବର ! ରାଜ୍ୟରେ ମାଗଣା ଚାଉଳ ଅବଧି ବଢିବା ନେଇ ସୂଚନା ଦେଲେ ମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ର ପରେ ଏବେ ରାଜ୍ୟ ବଢ଼ାଇବ ଗରିବଙ୍କୁ ଦିଆଯାଇଥିବା ମାଗଣା ଚାଉଳ ଅବଧି । ମାଗଣା ଚାଉଳ ଅବଧି ବୃଦ୍ଧି କରିବା ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏନେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟର ନିଜସ୍ବ ଯୋଜନାରେ ଚାଉଳ ଯୋଗାଣ ଅବଧିକୁ ବୃଦ୍ଧି କରାଯିବା ପାଇଁ ଯୋଜନା ଚାଲିଛି ।

କେନ୍ଦ୍ର ୨୦୨୮ ଯାଏଁ ଚାଉଳ ଅବଧି ବୃଦ୍ଧି କରିଥିବା ବେଳେ ଏବେ ରାଜ୍ୟରେ ଏହାର ସମୟ ଅବଧିକୁ ବୃଦ୍ଧି କରାଯିବ । ଏଥିସହିତ ମନ୍ତ୍ରୀ ଏହା ବି କହିଛନ୍ତି, ରାସନ କାର୍ଡରେ ପାଖାପାଖି ୨ କୋଟି ୩୦ ଲକ୍ଷ ଇକେଓ୍ବାଇସି କାମ ସରିଲାଣି । ଆହୁରି ୧ କୋଟି ପାଖାପାଖି ଲୋକଙ୍କ ଇ-କେଓ୍ବାଇସି ବାକି ଅଛି । ଆଉ ୧୫-୨୦ ଦିନରେ ଏହାର କାର୍ଯ୍ୟ ସରିବା ପରେ ନୂଆ ରାସନ କାର୍ଡ ହିତାଧିକାରୀଙ୍କୁ ଦିଆଯିବେ ବୋଲି କହିଛନ୍ତି ମନ୍ତ୍ରୀ ।

ଦଶହରା ଉପଲକ୍ଷେ ଦେଶର କୋଟି କୋଟି ଗରିବଙ୍କୁ ବୁଧବାର କେନ୍ଦ୍ର ସରକାର ଭେଟି ଦେଇଛନ୍ତି। ୨୦୨୮ ପର୍ଯ୍ୟନ୍ତ ଦେଶବାସୀଙ୍କୁ ମାଗଣା ପୁଷ୍ଟିକର ଚାଉଳ ମିଳିବ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଏହି ଯୋଜନାର ଲାଭ ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ପାଇପାରିବେ। ଏ ନେଇ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି। ତେବେ ଏହା ଜୁଲାଇ ୨୦୨୪ରୁ ଡିସେମ୍ବର ୨୦୨୮ ଯାଏ ଚାଲିବ। ଏହି ଯୋଜନରେ ସରକାର ୧୭ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ।

ଖାଦ୍ୟ ଆଇନ ତଥା ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ଅନୁଯାୟୀ ୧୭,୦୮୨ କୋଟି ଟଙ୍କା ବଜେଟ ସହିତ ୨୦୨୮ ପର୍ଯ୍ୟନ୍ତ ପୁଷ୍ଟିକର ଚାଉଳର ମାଗଣା ଯୋଗାଣ ଜାରି ରଖିବାକୁ କେନ୍ଦ୍ର କ୍ୟାବିନେଟ ବୁଧବାର ନିଷ୍ପତ୍ତି ନେଇଛି।

Get real time updates directly on you device, subscribe now.