fbpx
BSKY
BJD SHG SKY
BJD YOUTH SKY

୧୭ରୁ ୧୮ ତାରିଖ ଭିତରେ ୟୁପିରେ ପାଦ ରଖିବ ମୌସୁମୀ ବାୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏବେ ଭୀଷଣ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । କିନ୍ତୁ କିଛି ଦିନ ମଧ୍ୟରେ ଏହି ପାଣିପାଗରେ ପରିବର୍ତ୍ତନ ଆସିବାକୁ ଯାଉଛି । ଖୁବଶୀଘ୍ର ୟୁପିରେ ହେବାକୁ ଯାଉଛି ମୌସୁମୀର ଏଣ୍ଟ୍ରି । ବିହାରର ସଟେ ଜିଲ୍ଲା ଦେଇ ମୌସୁମୀ ରାଜ୍ୟକୁ ପହଞ୍ଚିବ ବୋଲି ଜଣା ପଡିଛି । ଏଥିରେ ମଧ୍ୟ ଆହୁରି ୪-୫ ଦିନ ଲାଗିବାର ସମ୍ଭାବନା ରହିଛି । ତେଣୁ ଆସନ୍ତା ଜୁନ ୧୭ କିମ୍ବା ୧୮ ତାରିଖ ସୁଦ୍ଧା ମୌସୁମୀ ବାୟୁ ୟୁପିରେ ପହଞ୍ଚିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ବିହାରାରେ ଆଜି କୌଣସି ବି ସମୟରେ ମୌସୁମୀ ବାୟୁ ଆଗମନର ଘୋଷଣା କରଯାଇପାରେ । ବିହାର ସଟେ ଜିଲ୍ଲାର ସୋନଭଦ୍ର ଏବଂ ବଲିଆ ରାସ୍ତା ମାଧ୍ୟମରେ ହୋଇଥିବା ଜଣାଯାଇଛି । ତେବେ ଜୁନ ୧୭ରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଏଥିରେ ପଶ୍ଚିମ ୟୁପି ଏବଂ ପୂର୍ବ ୟୁପିର ଅନେକ ଜିଲ୍ଲା ମଧ୍ୟ ସାମିଲ ରହିଛି । ବିଜନୌର, ମୁରାଦାବାଦ, ରାମପୁର, ବରେଲୀ, ଶାହଜହାଁପୁର, ଲଖୀମପୁର ଆଦି ଜିଲ୍ଲାମାନଙ୍କରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

ତେବେ ଜୁନ ୧୭ ତାରିଖରେ ବର୍ଷା ଆରମ୍ଭ ହେଲେ, ତେବେ ଧିରେ ଧିରେ ଏହା ପୂର୍ବ ୟୁପିରୁ ପଶ୍ଚିମ ୟୁପି ଆଡକୁ ମୁହାଁଇବ । କିନ୍ତୁ ଏହା ପୂର୍ବରୁ ରାଜ୍ୟରେ ହିଟୱେଭ ଜାରି ରହିବ । ରବିବାର ଦିନର ସର୍ବାଦିକ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି । ଏଥିସହ ୪୬.୧ ଡିଗ୍ରୀ ତାପମାତ୍ରା ସହିତ କାନପୁର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ।

Get real time updates directly on you device, subscribe now.