fbpx

ଚଳିତବର୍ଷ ବିଳମ୍ବରେ ଆସିବ ମୌସୁମୀ

Advertisement

ନୂଆଦିଲ୍ଲୀ, ୧୯ା୫: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନ ଯୋଗୁଁ ଏଥର ବିଳମ୍ବରେ ଭାରତ ଛୁଇଁବ ମୌସୁମୀ ବାୟୁ । ଜୁନ୍ ୫ରେ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି ଆଇଏମଡ଼ି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।
ଅନ୍ୟପଟେ ୧୯୯୯ ପରେ ଅମ୍ଫନ ସବୁଠୁ ବଡ଼ ଇନଟେନ୍ସ ସାଇକ୍ଲୋନ । ଏବେ ଏହା ପ୍ରାୟ ୧୫କିମି ବେଗରେ ଗତି କରୁଛି । ପାରାଦୀପଠାରୁ ୪୨୦କିମି ଦୂରରେ ରହିଛି । ଆସନ୍ତାକାଲି ଅପରାହ୍ନରୁ ସନ୍ଧ୍ୟା ଭିତରେ ସୁନ୍ଦରବନ ନିକଟରେ ପାର କରିବ ଅମ୍ଫନ । ଲ୍ୟାଣ୍ଡଫଲ ବେଳେ ୧୫୦ରୁ ଅଧିକ ବେଗରେ ପବନ ବହିବାର ଆଶଙ୍କା ରହିଛି । ଲ୍ୟାଣ୍ଡଫଲ ବେଳେ୧୫୦ରୁ ପବନର ବେଗ ବଢ଼ି ୧୮୫ କିମି ପର୍ଯ୍ୟନ୍ତ ବେଗ ବହିପାରେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.