fbpx

ଚାରୋଟି ଶିଶୁଙ୍କୁ ନେଇ କୂଅରେ ଡେଇଁ ପଡିଲା ମାଆ, ଡର ଲାଗିଲା ପରେ ଜଣକୁ ନେଇ ବାହାରକୁ ବାହାରି ଆସିଲା, ୩ ଶିଶୁ ମୃତ୍ୟୁ

ଭୋପାଲ: ମଧ୍ୟପ୍ରଦେଶର ବୂରହାନପୂର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ ଜନିତ ଘଟଣା ଘଟିଛି । ପାରିବାରିକ କଳହ ପାଇଁ ରବିବାର ଦିନ ଜଣେ ୩୦ ବର୍ଷୀୟ ମହିଳା ନିଜ ୪ଟି ଶିଶୁ ସହିତ କୂଅ ମଧ୍ୟକୁ ଡେଇଁ ପଡିଥିଲା । ପୋଲିସ କହିବା ଅନୁସାରେ, ତିନି ଜଣ ନିରିହ ଶିଶୁଙ୍କ ମୃତ୍ୟୁ ହୋଇଯାଇଛି । ଯେଉଁଠାରେ ମହିଳା ଏବଂ ତାଙ୍କ ଝିଅଙ୍କୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ଏହି ଘଟଣାଟି ବୁରହାନପୂର ଜିଲ୍ଲା ମୁଖ୍ୟାଳୟ ପାଖ ୬୦ କିମି ଦୂର ବାଲଦୀ ଗାଁରେ ଘଟିଛି । ସେ କହିଛନ୍ତି ଯେ, ମହିଳାଙ୍କ ପରିଚୟ ପ୍ରମିଳା ଭିଲାଲା ରୂପରେ ହୋଇଛି । ମହିଳା ଜଣଙ୍କୁ ତାଙ୍କ ସ୍ୱାମୀ ରମେଶଙ୍କ ସହ ଝଗଡା ଲାଗିଥିଲା । ଏହାପରେ ସେ ଏକ ଗଭୀର କୂଅରେ ୪ଜଣ ଛୁଆଙ୍କୁ ଧରି ଡେଇଁ ପଡିଥିଲା । ଏହାର କିଛି ସମୟପରେ ତାଙ୍କୁ କୂଅରେ ଡର ଲାଗିଥିଲା, ତେଣୁ ସେ କୂଅରୁ ୭ବର୍ଷର ଝିଅକୁ ଧରି କଳବଳେ କୌଶଳେ ବାହାରି ପଳାଇ ଆସିଥିଲେ । କିନ୍ତୁ ଅନ୍ୟ ତିନି ଜଣ ଛୁଆଙ୍କର ମୃତ୍ୟୁ ହୋଇଥିଲା ।

ଘଟଣାସ୍ଥଳରେ, ପୋଲିସ ପହଁଚି ୩ଟି ଶବକୁ ଉଦ୍ଧାର କରିଛି ଏବଂ ସେମାନଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଏହି ମାମଲା ଥାନାରେ ପଞ୍ଜୀକୃତ କରାଯାଇଛି । ପୋଲିସ ମହିଳାଙ୍କ ପରିବାରର ପୃଷ୍ଠଭୂମି ମଧ୍ୟ ଯାଞ୍ଚ କରିଛି । ତେବେ ତିନି ଜଣ ମୃତ ଶିଶୁ ମଧ୍ୟରୁ ଜଣେ ୧୮ ମାସର ପୁଅ, ୩ ବର୍ଷର ଝିଅ, ଏବଂ ୫ ବର୍ଷର ଝିଅ ଅଟେ ।

Get real time updates directly on you device, subscribe now.