fbpx

ଅର୍ଥତତ୍ତ୍ୱର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ହେବ ବାଜ୍ୟାପ୍ତ; କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଅର୍ଥତତ୍ତ୍ୱର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ ଲାଗି ନିର୍ଦ୍ଦେଶ ହୋଇଛି । ୧୧୦ ଏକର ଜମି, ୧୧ଟି ଦାମୀ ଗାଡ଼ି ବାଜ୍ୟାପ୍ତ ଲାଗି ନିର୍ଦ୍ଦେଶ । ବ୍ୟାଙ୍କ ଜମା ୨ କୋଟି ୧୭ ଲକ୍ଷ ୨୦ ହଜାର ଟଙ୍କା ବି ବାଜ୍ୟାପ୍ତ ହେବ । ବାଜ୍ୟାପ୍ତ ସମ୍ପତ୍ତିକୁ ନିଲାମ କରି ଜମାକାରୀଙ୍କ ମଧ୍ୟରେ ବଣ୍ଟାଯିବ । ବାଜ୍ୟାପ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟ ।

ଏହା ପରେ ଜମାକାରୀଙ୍କ ଟଙ୍କା ମିଳିପାରିବ ବୋଲି ଆଶା କରାଯାଉଛି। ଆଗରୁ ଚିଟ୍‌ଫଣ୍ଡରେ ଟଙ୍କା ଜମା କରି ନିଜର ସର୍ବସ୍ବ ହରାଇଥିବା ସାଧାରଣ ଲୋକଙ୍କୁ ନ୍ୟାୟ ମିଳିବାର ଆଶା ମରିଯାଇଥିବା ବେଳେ, ସେମାନେ ନିଜର ଅଭିଯୋଗ ଓ କ୍ଷତି ସଂପର୍କରେ ବିଚାରବିଭାଗୀୟ ତଦନ୍ତ କମିସନଙ୍କ ନିକଟରେ ସତ୍ୟପାଠ ଆକାରରେ ଯାହା ଦାଖଲ କରିଥିଲେ, ସେସବୁକୁ ଆଧାର କରି କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟ ଏଭଳି ନିଷ୍ପତି ନେଇଛନ୍ତି।

Get real time updates directly on you device, subscribe now.