fbpx
BJD SKY
BJD SKY

୧୬ ଅକ୍ଟୋବରରେ ବଦଳିବ ମଙ୍ଗଳ ଗ୍ରହଙ୍କ ଗତି: ଭାଗ୍ୟଶାଳୀ ହେବେ ଏହି ୩ ରାଶିର ବ୍ୟକ୍ତି, ଜାଣନ୍ତୁ ଆପଣଙ୍କ ଭାଗ୍ୟ

BJD

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଗ୍ରହ ନକ୍ଷତ୍ର ଏକ ନିର୍ଦ୍ଧିଷ୍ଟ ସମୟରେ ସେମାନଙ୍କ ରାଶି ଏବଂ ଗତି ପରିବର୍ତ୍ତନ କରିଥାନ୍ତି । ଫଳରେ ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ପ୍ରଭାବ ପକାଇଥାଏ । ତେବେ ପୂର୍ବରୁ କିଛି ଗ୍ରହ ସେମାନଙ୍କ ଗତି ଏବଂ ରାଶି ପରିବର୍ତ୍ତନ କରିଥିବା ବେଳେ ବର୍ତ୍ତମାନ ସାହାସ, ପରାକ୍ରମ, ବିବାହ କାରକର ଗ୍ରହ ମଙ୍ଗଳ ତାଙ୍କ ରାଶି ଏବଂ ଗତି ପରିବର୍ତ୍ତନ କରି ମିଥୁନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ମଙ୍ଗଳ ଗ୍ରହ ୧୬ ଅକ୍ଟୋବରରେ ତାଙ୍କ ଗତି ପରିବର୍ତ୍ତନ କରିବେ । ଫଳରେ ଏହା ମୋଟ ୧୨ଟି ରାଶି ଉପରେ ପ୍ରଭାବ ପକାଇବ ।

ତେବେ ଏହି ପ୍ରଭାବ କିଛି ବ୍ୟକ୍ତିଙ୍କୁ ଶୁଭ ଫଳ ପ୍ରଦାନ କରିବା ବେଳେ କିଛି ବ୍ୟକ୍ତିଙ୍କୁ ଅଶୁଭ ଫଳ ପ୍ରଦାନ କରିବ । ଜ୍ୟୋତିଷମାନଙ୍କ ଗଣନା ଅନୁଯାୟୀ ମଙ୍ଗଳ ଗ୍ରହଙ୍କ ଏହି ରାଶି ପରିବର୍ତ୍ତନ ଖାସ କରି ୩ ରାଶି ଉପରେ ଅଧିକ ପ୍ରଭାବ ପକାଇବ। ଫଳରେ ଏହି ରାଶିର ବ୍ୟକ୍ତିମାନଙ୍କୁ ଜୀବନରେ ସଫଳତା ମିଳିବା ସହ ବିବାହ , ବେପାର ବାଣିଜ୍ୟ ଏବଂ କ୍ୟାରିୟରେ ମଧ୍ୟ ସଫଳତା ମିଳିବ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ୩ ଭାଗ୍ୟଶାଳୀ ରାଶିଙ୍କ ବିଷୟରେ…

ମେଷ: ମଙ୍ଗଳ ଗ୍ରହଙ୍କ ରାଶି ପରିବର୍ତ୍ତନ ମେଷ ରାଶିର ବ୍ୟକ୍ତିମାନଙ୍କ ଉପରେ ଅନେକ ଶୁଭ ଫଳ ପ୍ରଦାନ କରିବ । ଏହା ତାଙ୍କ ଜୀବନରେ ଏକ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ । ତେବେ ଏହି ରାଶିର ବ୍ୟକ୍ତିମାନଙ୍କୁ ନୂତନ ଚାକିରିର ସୁଯୋଗ ମିଳିବା ସହ ଚାକିରି କରୁଥିବା ବ୍ୟକ୍ତିଙ୍କ ଦରମା ବୃଦ୍ଧି ହେବାର ଯୋଗ ରହିଛି । ଏଥିସହିତ ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭବାନ ହେବର ଯୋଗ ରହିଛି ।

ସିଂହ: ଏହିରାଶିର ବ୍ୟକ୍ତିମାନଙ୍କ ପାଇଁ ମଙ୍ଗଳଙ୍କ ଗତି ପରିବର୍ତ୍ତନ ବହୁତ ଲାଭ ଦେବ । ଆୟ ବୃଦ୍ଧି ପାଇବା ସହ ଧନପ୍ରାପ୍ତିର ଯୋଗ ରହିଛି । ତେବେ ଏହି ରାଶିର ବ୍ୟକ୍ତିମାନଙ୍କ କାର୍ଯ୍ୟକଳାପରେ ପରିବର୍ତ୍ତନ ଆସିବ । ଫଳରେ ଏମାନେ ସମସ୍ତ ସ୍ଥାନରେ ପ୍ରଶଂସାର ପାତ୍ର ହେବେ ।

ବିଚ୍ଛା: ମଙ୍ଗଳ ଗ୍ରହଙ୍କ ରାଶି ଏବଂ ଗତି ପରିବର୍ତ୍ତନ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରଦାନ କରିବ । ଜୀବନରେ ସୁଖ ଶାନ୍ତି ଲାଗି ରହିବା ସହିତ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ରହିବ । ତେବେ ଅଧିକ ଶୁଭ ଫଳ ପାଇଁ ହନୁମାନଙ୍କ ପୂଜା କରିବା ଅତ୍ୟନ୍ତ ଶୁଭ ଏବଂ ଲାଭଦାୟକ ହେବ ।

Get real time updates directly on you device, subscribe now.