fbpx

ତଳକୁ ଖସିଲା ସୋରିଷ ତେଲର ମୂଲ୍ୟ: ଜାଣନ୍ତୁ ରନ୍ଧନ ତୈଳରେ କେତେ ମିଳିଲା ରିହାତି…

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ରୋଷେଇ ଘରେ ପଡିଛି ଖୁସିର କିରଣ । ବୃଦ୍ଧି ପାଉଥିବା ସୋରିଷ ତେଲର ମୂଲ୍ୟରେ ଏବେ ପରିବର୍ତ୍ତନ ଦେଖା ଦେଇଛି । ଗତ କିଛ ଦିନରୁ ଏହା ଧିରେ ଧିରେ ତଳମୁହାଁ ହୋଇଥିବା ବଳେ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିଛି । ଉତ୍ତରପ୍ରଦେଶରେ ଏବେ ସୋରିଷ ତେଲର ମୂଲ୍ୟ ଲିଟର ପିଛା ୧୫୪ ଟଙ୍କାକୁ ପହଞ୍ଚିଯାଇଛି । କିଛି ଦିନ ତଳେ ଏହା ୨୦୦ ଟଙ୍କା ଟ୍ରେଣ୍ଡରେ ଥିବା ବେଳେ ଏବେ ଏହା ଶାନ୍ତ ପଡିବାରେ ଲାଗିଛି । ସେହିପରି ବିହାରରେ ସୋରିଷ ତେଲର ମୂଲ୍ୟ ଏବେ ଲିଟର ପିଛା ୧୭୫ ଟଙ୍କା ରହିଛି ।

ତେବେ ସୋରିଷର ଅଭାବ ଏବଂ ତେଲର ଚାହିଦା କମିବାରୁ ଏହାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି । ଉତ୍ତର ଭାରତରେ ସୋରିଷ ତେଲର ବ୍ୟବହାର ଅଧିକ ହେଉଥିବା ବେଳେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କେରଳ, ମହାରାଷ୍ଟ୍ର ଏବଂ ଗୁଜୁରାଟରେ ସୂର୍ଯ୍ୟମୁଖୀ, ସୋୟାବିନ, ବିନୋଲା ଏବଂ ବାଦାମ ଭଳି ଅନ୍ୟ ତେଲ ଗୁଡିକର ବ୍ୟବହାର ଅଧିକ ହୋଇଥାଏ । ତେବେ ଦରବୃଦ୍ଧି ଯୋଗୁଁ ସୋରିଷ ତେଲର ଚାହିଦାରେ ହ୍ରାସ ପାଇଛି ।

ତେବେ ରିପୋର୍ଟ ଅନୁଯାୟୀ, ଆଜି(ସେପ୍ଟେମ୍ବର ୧ ତାରିଖରେ) ଉତ୍ତରପ୍ରଦେଶରେ ସୋରିଷ ତେଲର ଦାମ୍ ୧୫୪ ଟଙ୍କାରେ ବ୍ରିକ୍ରି କରାଯାଉଛି । କିନ୍ତୁ ଗତକାଲି ଏହା ୧୭୧ ରହିଥିବା ବେଳେ ମାସେ ପୂର୍ବରୁ ୨୧୦ ବା ଅଧିକ ଟଙ୍କାରେ ପହଞ୍ଚି ସାରିଥିଲା । ଉତ୍ତରପ୍ରଦେଶର ଗଜିଆବାଦରେ ତେଲ ଦର ଆଜି ୧୬୦ ପ୍ରତି ଲିଟର ହୋଇଛି । ସେହିପରି ଲକ୍ଷେ୍ନøରେ ୧୫୪, ମେରଠରେ ୧୭୦, ଅଲୀଗଡରେ ୧୪୪ ଟଙ୍କା ମୂଲ୍ୟରେ ତେଲ ବିକ୍ରି ହେଉଛି ।

Get real time updates directly on you device, subscribe now.