fbpx

(VIDEO) ରହସ୍ୟମୟୀ ଗାଁ; ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀ ସମସ୍ତେ ଅନ୍ଧ

ବିଚିତ୍ର ଏ ବିଶ୍ୱ ବ୍ରହ୍ମାଣ୍ଡ ,ବିଚିତ୍ର ତାର ପରିକଳ୍ପନା । ଏଠାରେ ଲୁଚି ରହିଛି ଅନେକ ରହସ୍ୟମୟ ତଥ୍ୟ ଏବଂ ଘଟଣା । ଯାହା ବିଷୟରେ ଜାଣିଲେ ବୈଜ୍ଞାନିକମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ, ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ତେବେ ସେହିପରି ଏକ ଗାଁ ରହିଛି । ଯାହାକି ସମ୍ପୂର୍ଣ୍ଣ ରହସ୍ୟମୟ । ସେହି ଗାଁ ବିଷୟରେ ଏବଂ ସେଠାରେ ଥିବା ରହସ୍ୟ ବିଷୟରେ ଜାଣିବା ପାଇଁ ବୈଜ୍ଞାନିକମାନେ ଅନେକ ପ୍ରୟାସ କରିଛନ୍ତି । କିନ୍ତୁ ସବୁପରେ ମଧ୍ୟ ସେ ଏହି ଗାଁ ବିଷୟରେ କିଛି ବି ତଥ୍ୟ ପାଇ ନାହାନ୍ତି । ତେବେ ଆମେ ଆଜି ଆପଣମାନଙ୍କୁ ସେହି ଗାଁ ବିଷୟରେ ଜଣାଇବାକୁ ଯାଉଛୁ ଯାହା ଜାଣିଲେ ଆପଣମାନେ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ରହସ୍ୟମୟୀ ଗାଁ ବିଷୟରେ…

ମେସ୍କିକୋରେ ଏକ ଗାଁ ଅଛି ଯାହା ଦୁନିଆର ରହସ୍ୟମୟ ସ୍ଥାନ ମଧ୍ୟରେ ଅନ୍ତର୍ଭୁକ୍ତ । ଏହି ଗାଁରେ ପିଲାମାନେ ଜନ୍ମ ହେବାପରେ ଏପରି କିଛି ଘଟେ ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏଠାରେ ପିଲାମାନେ ଜନ୍ମ ହୁଅନ୍ତି, ହେଲେ ଜନ୍ମର କିଛି ଦିନପରେ ସେମାନେ ଅନ୍ଧ ହୋଇଯାଆନ୍ତି । ଖାଲି ମଣିଷ ନୁହେଁ ପଶୁ ବି ଅନ୍ଧ ପାଲଟି ଯାଆନ୍ତି । ଯେଉଁଥିପାଇଁ ମେକ୍ସିକୋର ଏହି ଗାଁକୁ ଅନ୍ଧ ଗାଁ ମଧ୍ୟ କୁହାଯାଏ । ଯହାର ପ୍ରକୃତ ନାମ ହେଉଛି ଟିଲଟେପେକ । ତେବେ ଏହି ଅଦ୍ଭୁତ କାରଣରୁ ଏହି ଗାଁ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଛି । ଯାହା ବିଷୟରେ ଶୁଣିଲେ କେହି ବି ସହଜରେ ବିଶ୍ୱାସ କରନ୍ତି ନାହିଁ ।

ଟିଲଟେପକ୍ ଗାଁ ଦୁନିଆର ସବୁଠାରୁ ରହସ୍ୟମୟ ଗାଁ ମଧ୍ୟରୁ ଅନ୍ୟତମ । କାରଣ ଏହି ଗାଁରେ କେବଳ ଅନ୍ଧମାନେ ହିଁ ବସବାସ କରନ୍ତି । କୁହାଯାଏ ଜାପୋଟେକ୍ ଜନଜାତି ମେକ୍ସିକୋର ଟିଲଟେପାକରେ ରୁହନ୍ତି । ଯେତେବେଳେ ସେଠାରେ ପିଲାମାନେ ଜନ୍ମ ହୁଅନ୍ତି ସେମାନଙ୍କର ଆଖି ସଂପୂର୍ଣ୍ଣ ଭଲ ଥାଏ । କିନ୍ତୁ ସମୟ ଗଡିବା ସହିତ ସେମାନଙ୍କର ଆଖି ନଷ୍ଟ ହୋଇଯାଏ । ଏହା କେବଳ ମଣିଷ ନୁହେଁ ପଶୁ ମାନଙ୍କ ସହ ମଧ୍ୟ ହୋଇଥାଏ । ସେପଟେ ଏହି ଗାଁରେ ବାସ କରୁଥିବା ଜନଜାତିର ଲୋକମାନେ ସେଠାରେ ଥିବା ଏକ ଅଭିଶାପିତ ବୃକ୍ଷକୁ ସେମାନଙ୍କର ଅନ୍ଧ ହେବାର କାରଣ ବୋଲି କୁହନ୍ତି । ସେମାନେ କହିଛନ୍ତି ଲାଭାଜୁଏଲା ନାମକ ଏକ ଗଛ ଅଛି । ଯାହାକୁ ଦେଖିବାପରେ ମଣିଷ ଠାରୁ ପଶୁ ଏବଂ ପକ୍ଷୀ ସମସ୍ତେ ଅନ୍ଧ ହୋଇଯାଆନ୍ତି । ତେବେ ଏହି ଗଛ ଗାଁରେ ବର୍ଷ ବର୍ଷ ଧରି ରହି ଆସିଛି । ସେପଟେ ଏହାକୁ କିଛି ଲୋକ ବିଶ୍ୱାସ କରୁଥିବା ବେଳେ ଅନେକ ଏହାକୁ ଅନ୍ଧ ବିଶ୍ୱାସ ବୋଲି କୁହନ୍ତି ।

ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଏହି ଗାଁରେ ବିଷାକ୍ତ ମାଛି ମଧ୍ୟ ଦେଖିବାକୁ ମିଳୁଛି । ଏହି ମାଛି କାମୁଡିବା ଦ୍ୱାରା ଲୋକମାନେ ଅନ୍ଧ ହେଇଯାଉଛନ୍ତି । ଏହା ଗାଁ ବିଷୟରେ ଜାଣିବାପରେ ମେକ୍ସିକୋ ସରକାର ଗ୍ରାମବାସୀଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲେ । ହେଲେ ସରକାର ମଧ୍ୟ କିଛି ସଫଳତା ପାଇଲେ ନାହିଁ । ପରବର୍ତ୍ତୀ ସମୟରେ ସରକାର ଏଜି ଜନଜାତିଙ୍କୁ ଅନ୍ୟତ୍ର ରହିବାକୁ କହିଥିଲେ । ହେଲେ ସେଠାର ଜଳବାୟୁ ସେମାନଙ୍କ ପାଇଁ ଅନୁକୂଳ ନଥିଲା । ଫଳରେ ସେହି ଲୋକମାନେ ସରକାର ଦେଇଥିବା ସ୍ଥାନରେ ରହି ପାରିଲେ ନାହିଁ । ଯାହାଫଳରେ ସେମାନେ ପୁନର୍ବାର ଟିଲଟେପକ୍ ଗାଁରେ ରହିବକୁ ଲାଗିଲେ । ତେବେ ଆଜି ବି ସେ ସ୍ଥାନରେ ଲୋକେ ଅନ୍ଧ ହୋଇ ଜୀବନ ବିତାଉଛନ୍ତି ।

Get real time updates directly on you device, subscribe now.